Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

କାହିଁକି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ସୁଶାନ୍ତ ସିଂହ ରାଜପୁତ ? ଏହି ୬ ଜଣଙ୍କ ବୟାନ ରେକର୍ଡ କରିଛି ପୋଲିସ

16/06/2020 at 11:38 AM

ମୁମ୍ବାଇ ୧୬/୦୬ : ବଲିଉଡ ତାରକା ସୁଶାନ୍ତ ସିଂହ ରାଜପୁତ ପଞ୍ଚତତ୍ତ୍ୱରେ ବିଲୀନ ହୋଇଛନ୍ତି | ସୋମବାର ଦିନ ଅନ୍ତିମ ସଂସ୍କାର ମୁମ୍ବାଇରେ କରାଯାଇଛି | ଏବେ ମଧ୍ୟ କାହାକୁ ବିଶ୍ୱାସ ହେଉନାହିଁ ଯେ ଏମିତି ଖୁସ ମିଜାଜ କଳାକାର ଆତ୍ମହତ୍ୟା କରିପାରନ୍ତି | ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପୋଲିସକୁ ଚିନ୍ତାରେ ପକାଇ ଦେଇଛି | ସେ କାହିଁକି ଆତ୍ମହତ୍ୟା କଲେ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ପୋଲିସ ତଦନ୍ତ ଜାରି ରଖିଛି | ବେକରେ ରସି ଲାଗିବାରୁ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହୋଇଛି ତଥାପି ପୋଲିସ ଅନେକ ଦିଗରୁ ଆତ୍ମହତ୍ୟା ଯାଞ୍ଚ କରୁଛି | ତେବେ ଏନେଇ କିଛି ବଲିଉଡ ତାରକା ନିଜ ନିଜ ମତ ପ୍ରକାଶ କରିଛନ୍ତି | ଏବେ ପ୍ରଶ୍ନ ଉଠୁଛି କଣ ସୁଶାନ୍ତ ସିଂହଙ୍କୁ ଏତେ ମଜବୂର କରାଯାଇଥିଲା ଯେ ସେ ଏହିଭଳି ପଦକ୍ଷେପ ନେଲେ |  

ଏହି ହାଇ ପ୍ରୋଫାଇଲ ମାମଲାକୁ ପୋଲିସ ବହୁତ ନିଖୁଣ ଭାବେ ଯାଞ୍ଚ କରୁଛି | ଆତ୍ମହତ୍ୟା ମାମଲାରେ ପୋଲିସ ଏବେ ଯାଏଁ ୬ ଜଣଙ୍କୁ ପଚରାଉଚୁରା କରିଛି | ପୋଲିସ ଏହି ୬ ଜଣଙ୍କ ବୟାନ ରେକର୍ଡ କରିଛି | ସୁଶାନ୍ତ ସିଂହଙ୍କ ଭଉଣୀ, ତାଙ୍କର ଦୁଇଜଣ ମ୍ୟାନେଜର, ଜଣେ ସେଫ, ତାଙ୍କର ଜଣେ ବନ୍ଧୁ ଏବଂ ଅଭିନେତା ମହେଶ ସେଟ୍ଟୀ ଓ ଯାହା ପାଖରେ ସୁଶାନ୍ତଙ୍କ ଘରର ଚାବି ଥିଲା ସେମାନଙ୍କୁ ପୋଲିସ ପଚରାଉଚୁରା କରିଛି | ପୋଲିସ ସୂତ୍ର ଅନୁଯାୟୀ, ସୁଶାନ୍ତ ଶେଷ କଲ ମହେଶ ସେଟ୍ଟୀଙ୍କୁ କରିଥିଲେ ସେଥିପାଇଁ ତାଙ୍କ ପୋଲିସ ପଚରାଉଚୁରା କରିଥଲା | 

ପରିବାରଲୋକଙ୍କ ମଧ୍ୟରେ ସୁଶାନ୍ତ ସିଂହଙ୍କ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଛି | ସୋମବାର ଦିନ ସୁଶାନ୍ତଙ୍କ ପିତା ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମୁମ୍ବାଇରେ ପହଂଚିଥିଲେ | ପୋଲିସ ସେମାନଙ୍କୁ ମଧ୍ୟ ଅଭିଯୋଗ ମାମଲା ରୁଜ୍ଜୁ କରିବାକୁ କହିଥିଲା | କିନ୍ତୁ ପରିବାରଲୋକେ ପୋଲିସ ସହ ଗତକାଲି କିଛି କଥାବାର୍ତ୍ତା କରିନଥିଲେ | ପୁଅର ଅନ୍ତିମ ସଂସ୍କାର ପରେ ସେ ପୋଲିସ ସହ କଥାବାର୍ତ୍ତା କରିବେ ବୋଲି କହିଥିଲେ | ମଙ୍ଗଳବାର ଦିନ ପରିବାର ସଦସ୍ୟ ପୋଲିସ ସହ କଥାବାର୍ତ୍ତା ହେବେ ବୋଲି ଅନୁମାନ କରାଯାଉଛି |

ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି | ଅନେକ ଜଣାଶୁଣା କଳାକାର ଅଭିଯୋଗ କରିଛନ୍ତି ଯେ ଇଣ୍ଡଷ୍ଟ୍ରିର ପୁରୁଣା ଲୋକ ନୂଆ ଲୋକଙ୍କୁ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ଦିଅନ୍ତିନି | ଜଣାଶୁଣା ନିର୍ଦେଶକ ଶେଖର କପୁର କହିଛନ୍ତି ଯେ, ସୁଶାନ୍ତ ସିଂହ ତାଙ୍କ ପାଖକୁ ଯାଇ ନିଜ ମନ କଥା କହି କାନ୍ଦୁଥିଲେ | ବଲିଉଡର ଅନେକ ଲୋକ ତାଙ୍କୁ ନିରାଶ କରିଥିଲେ ବୋଲି ସେ ଶେଖର କପୁରଙ୍କୁ କହିଥିଲେ | ବଲିଉଡ କଳାକାର କଙ୍ଗନା ରଣାୱତ କହିଛନ୍ତି ଯେ ଏହା ଆତ୍ମହତ୍ୟା ନୁହେଁ, ଏହା ଏକ ପ୍ଲାନ ମର୍ଡର |

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏହି ମାମଲାରେ କହିଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ସେ ଆତ୍ମହତ୍ୟା କରିଛନ୍ତି | ମିଡ଼ିଆ ଦ୍ୱାରା ଆଉ ଗୋଟିଏ କଥା ସାମ୍ନାକୁ ଆସିଛି ଯେ ଫିଲ୍ମ ଇଣ୍ଡଷ୍ଟ୍ରିର ବିଜନେସ ପ୍ରତିଯୋଗିତା ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି | ପୋଲିସ ବିଭାଗ ଏହାର ଯାଞ୍ଚ କରିବ ବୋଲି ସେ କହିଛନ୍ତି | 

   Related Posts