କୁଜଙ୍ଗରେ ହଂସୁଆ ବାବାଙ୍କୁ ପୂଜା ପ୍ରସଙ୍ଗ: ସାଇ ମନ୍ଦିରରେ ପୋଲିସ, କାର୍ଯ୍ୟାନୁଷ୍ଠାନ ଦାବି କଲେ ସ୍ଥାନୀୟଲୋକେ

Published By : Prameya-News7 Bureau | September 08, 2020 IST

ଭୁବନେଶ୍ୱର ୦୮।୦୯: କୁଜଙ୍ଗ କୃଷ୍ଣଚନ୍ଦ୍ରପୁରରେ ହଂସୁଆ ବାବାଙ୍କ ପୂଜା ପ୍ରସଙ୍ଗ । ନ୍ୟୁଜ ୭ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଆସିଛି ପୋଲିସ । କୁଜଙ୍ଗ ସ୍ଥିତ ସାଇ ମନ୍ଦିରରେ ପହଞ୍ଚିଛି ପୋଲିସ । ବିଭିନ୍ନ ଦିଗକୁ ଛାନ୍‌ଭିନ୍‌ ଆରମ୍ଭ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ହଂସୁଆ ବାବା ଏବେ କେଉଁଠି ।

ସେପଟେ ଚାରିଆଡେ କରୋନା ପରି ମହାମାରୀ ଚାଲୁଥିବା ସମୟରେ ଏତେ ପରିମାଣର ଲୋକଙ୍କ ଏକାଠି କରିବା ନେଇ ସ୍ଥାନୀୟ ଲୋକଙ୍କ ମନରେ କ୍ଷୁବ୍ଧ ପ୍ରକାଶ ପାଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ତହସିଲଦାରଙ୍କୁ ଭେଟି ସ୍ମାରକୀ ପତ୍ର ପ୍ରଦାନ କରିଛନ୍ତି । କୋଭିଡ଼ ନିଯମ ମାନୁନଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟଲୋକ । 

ତେବେ ଏଠି ପ୍ରଶ୍ନ ଉଠୁଛି ,  ଚାରିଆଡେ କରୋନା କଟକଣା ପାଇଁ ମନ୍ଦିର ବନ୍ଦ ଥିବା ବେଳେ ଏଠାରେ କାହା ପରାମର୍ଶରେ ମନ୍ଦିର ଖୋଲାଗଲା , ଏବଂ ମନ୍ଦିରରେ ପୂଜା କରିବାକୁ ଆସୁଥିବା ଲୋକ ନାମାନୁଥିଲେ ସାମାଜିକ ଦୂରତ  ନା ପିନ୍ଧିଥିଲେ ମାସ୍କ । ସମସ୍ତ କୋଭିଡ଼ ନିୟମକୁ ଫୁ କରି ଦେଇଥିଲେ ହଂସୁଆ ବାବା  ଓରଫ୍‌ ନିକୁଞ୍ଜ ବାବା ।

wp:core-embed/wordpress {"url":"http://www.prameyanews7.com/another-baba-puja-in-odisha/","type":"wp-embed","providerNameSlug":"prameya-news-7","className":""}
http://www.prameyanews7.com/another-baba-puja-in-odisha/
/wp:core-embed/wordpress wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.