ଘରେ ପଶି ମହିଳାଙ୍କ ସହ ଜବରଦସ୍ତ ଦୁଷ୍କର୍ମ କଲା ପୋଲିସ, ପର୍ଣ୍ଣସାଇଟରେ ଛାଡ଼ିଲା ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ

Published By : Prameya-News7 Bureau | December 25, 2018 IST

ପୁଣେ ୨୫/୧୨- ରକ୍ଷକ ଯଦି ଭକ୍ଷକ ସାଜେ କହିବ କାହାକୁ , ନା ଶୁଣିବ କିଏ । ବାଡ଼ ଫସଲ ଖାଇଯିବାପରି ପୋଲିସ ଯଦି ସୁରକ୍ଷା ନାଁରେ ନିଜେ ଫାଇଦାଖୋର ହୁଏ, ତାହେଲେ କଥା ସରିଲା ।

ଆଜିକାଲି ମହିଳାଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ସରକାର କେତେ ପଦକ୍ଷେପ ନେଉଛନ୍ତି । ପୋଲିସ ଭୂମିକା ବି କିଛି କମ୍ ନୁହେଁ । ହେଲେ ପୋଲିସ ମହିଳାଙ୍କୁ ସୁରକ୍ଷା ଦେବା ନାଁରେ ଯଦି ନିଜେ ଦୁଷ୍କର୍ମକାରୀ ହୁଏ, କହିବା କାହାକୁ ।

ଏଭଳି ଘଟଣା ଘଟିଛି ପୁଣେର କୋଦବା ଅଂଚଳରେ । ବିବାହିତା ମହିଳାଙ୍କ ଘରକୁ ଆସିଫ କାଦର ପଟେଲ ନାମକ  ଜଣେ ପୋଲିସ   ଘରେ ଭିତରେ କେହି ନ ଥିବା ଅବସ୍ଥାରେ ପଶି ମହିଳାଙ୍କୁ ଦୁଷ୍କର୍ମ କରିବାର ଅଭିଯୋଗ ହୋଇଛି । ମହିଳାଙ୍କୁ ନିଶା ଦେଇ ପ୍ରଥମେ କରିଛି ଅଚେତ । ତା ପରେ ମହିଳାଙ୍କୁ ସଂପୂର୍ଣ୍ଣ ଉଲଗ୍ନ କରି ଭିଡ଼ିଓ ସୁଟିଂ କରିବା ସହ ବାରମ୍ବାର ଦୁଷ୍କର୍ମ କରିବାର ଅଭିଯୋଗ ଆସିଛି । ଦୁଷ୍କର୍ମ ସମୟରେ ସୁଟିଂ କରିଥିବା ଅଶ୍ଳୀଳ ଭିଡ଼ିଓକୁ ଦେଖାଇ ବାରମ୍ବାର ମଧ୍ୟ ଦୁଷ୍କର୍ମ କରୁଥିଲା । ଏହି ପୋଲିସ ଜଣକ ରଖିଥିବା ଭିଡ଼ିଓକୁ ଚିରାଗ ତ୍ରିବେଦୀ ନାମକ ଜଣେ ସାଙ୍ଗ ନେଇ ଅଶ୍ଳୀଳ ସାଇଟରେ ଅପଲୋଡ଼ କରିଦେଇଥିଲା । ତା ପରେ ଭିଡ଼ିଓ ଭାଇରାଲ ହେବାପରେ ମହିଳା ଜଣକ ଜାଣି ଅଭିଯୋଗ ଆଣିଥିଲେ ।

ପୋଲିସଙ୍କ ନାଁରେ ଅଭିଯୋଗ ଆସିବା ପରେ ଚାକିରିରୁ ନିଲମ୍ବନ କରାଯାଇଛି । ଏହି ଘଟଣା ସହିତ ଜଡ଼ିତ ଆହୁରି ଦୁଇଜଣକୁ ବି ପୋଲିସ ଗିରଫ କରିଛି ।

ତଦନ୍ତରୁ ଜଣାଯାଇଛି,ପୋଲିସ ଜଣକ ନିଶା କାରବାର,ଯୁବତୀ ଚାଲାଣ, ସେକ୍ସ ସ୍କାଣ୍ଡାଲ ଭଳି ଜଘନ୍ୟ ଘଟଣା ସହ ସଂପୃକ୍ତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.