Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଭଡା ଘରେ ଚାଲିଥିଲା କାରବାର: ପୁଲିସ ଚଢାଉରେ ବୋଲେରୋ ସହ ୬୧ କିଲୋ ଗଞ୍ଜେଇ ଜବତ, ୩ ଅଟକ

8/11/2020 at 12:49 PM

ମୋରଡା ୦୮।୧୧: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଶ୍ୟାମାନନ୍ଦପୁର ଠାରେ ପୁଲିସ ଏକ ଘର ଉପରେ ଚଢା କରି ୬୧ କିଲୋ ଗଞ୍ଜେଇ ଜବତ କରିଛି। ଘର ସାମ୍ନାରେ ଥିବା ବୋଲେରୋ ସହ ୨୦ ହଜାର ଟଙ୍କା ଓ ୩ଟି ମୋବାଇଲ ଜବତ କରିଛି। ପୁଲିସ ତିନି ଜଣଙ୍କୁ ଅଟକ ରଖି ଜେରା କରୁଛି।

ସୂଚନା ଅନୁଯାୟୀ ରବିନ୍ଦ୍ର କୁମାର ଦେ(୫୦)ଙ୍କ ଘରକୁ ଭଡାରେ ନେଇ ଦୁଇ ଅଭିଯୁକ୍ତ ରାଫତକ ଅଲି(୪୨) ଓ ମିହିର ବିଶ୍ୱାଳ(୨୦) ଗଞ୍ଜେଇ ବେପାର ଚଳାଇଥିଲେ।  କୌଣସି ସୂତ୍ରରୁ ଖବରପାଇ ପୁଲିସ ବ୍ୟବସାୟୀଙ୍କ ବାସଭବନରେ ଅଚାନକ ଚଡାଉ କରିଥିଲା । ପୋଲିସ ପହଞ୍ଚିଲା ବେଳକୁ  ଘର ସାମ୍ନାରେ ଏକ ବୋଲେରର ନମ୍ବର ପ୍ଲେଟ ବଦଳ କରୁଥିଲେ ଏହି ଦୁଇ ଅଭିଯୁକ୍ତ । ତେବେ ୬୧ କିଲୋ ଗଞ୍ଜେଇ ସହିତ ଏକ ବୋଲେର ଗାଡି ,ନଗଦ ୨୦ ହଜାର ଟଙ୍କା ସହିତ ତିନୋଟି ମୋବାଇଲ ଜବତ କରିଛି ପୁଲିସ। ପରେ ଘର ଭଡା ଦେଇଥିବା ଘର ମାଲିକ ରବିନ୍ଦ୍ର କୁମାର ଦେଙ୍କୁ ମଧ୍ୟ ପୁଲିସ ଆଣି ଅଟକ ରଖିଛି। ତେବେ ରବିନ୍ଦ୍ର କୁମାର ଦେ ରଫାକତ ଅଲ୍ଲୀଙ୍କୁ ଘରଭଡା ସୂତ୍ରରେ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି। ରଫାକତ ଅଲ୍ଲୀ ଘରଭଡା ନେଇ ଓଲଡିଂ ଦୋକାନ କରିଥିଲେ।

ବୋଲେରର ଆଗ ପଟେ ଓଡିଶା ନମ୍ବର ଥିବା ବେଳେ ପଛପଟେ ବେଙ୍ଗଲ ନମ୍ବର ଥିବା ଦେଖାଯାଉଛି । ତେବେ ଗଞ୍ଜେଇ ର ଆନୁମାନିକ ଦାମ ପ୍ରାୟ  ତିନି ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଜବତ ହୋଇ ଥିବା ବୋଲେରୋ ଆଗରେ ଓଡିଆ ନମ୍ବର OR 01U 2181ନମ୍ବର ଥିବା ବେଳେ ଗାଡି ପଛରେ ଷ୍ଟିକରିଂ ନମ୍ବର WB 58T 4787 ଲେଖା ଅଛି। ଯାହାକି ଚୋରା କାରବାରରେ ଏହି ବୋଲେରୋ ବ୍ୟବହାର ହେଉଛି ବୋଲି ସ୍ପଷ୍ଟ ପ୍ରମାଣିତ କରୁଛି।

   Related Posts