ଜୁଆ ଆଡ୍ଡା ଉପରେ ପୋଲିସ୍ର ଚଢ଼ାଉ, ୧୦ ଗିରଫ
10/03/2020 at 7:59 PM

ଆସିକା୧୦/୩: ଜୁଆ ଆଡ୍ଡା ଉପରେ ଚଢ଼ଉ କଲା ଆସିକା ପୋଲିସ୍। ରଷିକୁଲା ନଦୀ ତଟ ସୁବର୍ଣ୍ଣେଶ୍ବର ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ୍ ଚଢ଼ଉ କରିଥିଲା। ଜୁଆ ଖେଳରେ ସଂପୃକ୍ତ ଥିବା ୧୦ ଜଣଙ୍କୁ ପୋଲିସ୍ ଗିରଫ କରିଛି।

ଏଥିସହ ଏକ ଲକ୍ଷ ୪୧ ହଜାର ୪ ଶହ ଟଙ୍କା ସହ ୧୦ ମୋଟର ସାଇକେଲ ଏବଂ ୮ଟି ତାସ୍ ପ୍ୟାକେଟ୍ ପୋଲିସ୍ ଜବତ କରିଛି। ଆଗକୁ ଆସିକା ଅଞ୍ଚଳରେ କିପରି ଜୁଆ ଖେଳ ଉପରେ ଆଙ୍କୁଶ ଲଗା ଯାଇ ପାରିବ, ଏ ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଜୁଆ ଖେଳ ପରିବେଶକୁ ଦୂଷିତ କରୁଛି। ଏହା ଦ୍ବାରା ଘର ସଂସାର କରିଥିବା ବ୍ୟକ୍ତିମାନେ ଟଙ୍କା ନେଇ ଜୁଆ ଖେଳରେ ଉଡ଼ାଇ ଦେଉଥିବା କଥା ସ୍ଥାନୀୟ ଲୋକେ କହିଛନ୍ତି।

ଯାହାଫଳରେ ପରିବାରରେ ଅଶାନ୍ତି ସୃଷ୍ଟି ହେବା ସହ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହେଉଛି। ତେଣୁ ଆଗାମୀ ଦିନରେ କିଭଳି ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ଲୋକେ ପୋଲିସ୍ ନିକଟରେ ଦାବି ରଖିଛନ୍ତି।