Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଜୁଆ ଆଡ୍ଡା ଉପରେ ଚଢ଼ାଉ, ପୁଲିସ ପଞ୍ଝାରେ ୪ ଜୁଆଡି, ୫ ବାଇକ ଏବଂ ଟଙ୍କା ଜବତ

30/07/2021 at 11:12 PM

ଖଲ୍ଲିକୋଟ ୩୦।୦୭ :  ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଚୈତନ୍ୟପଡା ଗ୍ରାମ ନିକଟସ୍ଥ ଏକ ବ୍ରଏଲର କୁକୁଡ଼ା ଫାର୍ମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଶୁକ୍ରବାର ରାତିରେ ହିଞ୍ଜିଳି ପୁଲିସ ଅତର୍କିତ ଚଢ଼ାଉ କରିଛି । ଚଢ଼ାଉ ବେଳେ ପୁଲିସ ପଞ୍ଝାରେ ୪  ଜୁଆଡି ପଡ଼ିଥିବା ବେଳେ ସେମାନଙ୍କ ନିକଟରୁ ୫୧,୨୦୦ଟଙ୍କା ଓ ୫ଟି ମୋଟର ସାଇକେଲ ଓ ୫ଟି ମୋବାଇଲ ଫୋନକୁ ହିଞ୍ଜିଳି ପୁଲିସ ବାହିନୀ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ବ୍ରହ୍ମପୁର ଅଞ୍ଚଳର ନିଳାଞ୍ଚଳ ମହାରଣା, ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମର ବୃନ୍ଦାବନ ସାହୁ, ପାଟପୁର ଥାନା ଖଲିଙ୍ଗି ଗ୍ରାମର ବୁଲୁ ସାହୁ ଓ କଙ୍କୋରଡା ଗ୍ରାମର କାହ୍ନୁ ବରଡ । ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୯୬/୨୧ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି ।

ପ୍ରକାଶ ଯେ, ଗତ କିଛି ଦିନ ଧରି ହିଞ୍ଜିଳି ଥାନା ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ ବେଆଇନ ଜୁଆ ଆଡ୍ଡା ଗଢ଼ି ଉଠିଥିଲା । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜ୍ରେଶ ରାୟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଥାନାରେ ଜୁଆ ଆଡ୍ଡା ଚଢ଼ାଉ ପାଇଁ ଏକ ସ୍ଵତନ୍ତ୍ର ଫୋର୍ସ ଗଠନ କରାଯାଇଛି । ଗତ କିଛି ଦିନ ଧରି ସ୍ଥାନୀୟ ପୁଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରେ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇଥିଲା । ପୁଲିସ ପ୍ରଶାସନ ପକ୍ଷରୁ ଅତର୍କିତ ଚଢ଼ାଉ ପରେ ଜୁଆଡି ମାନେ ଗାଁ ସାହି, କୋଠଘର ପରେ ବର୍ତ୍ତମାନ ନିକାଞ୍ଚନ   ଗ୍ରାମ୍ୟ ଜଙ୍ଗଲ ଓ ବିଲମାଳ ଅଞ୍ଚଳକୁ ସୁରକ୍ଷିତ ଜୁଆ ଆଡ୍ଡା ସ୍ଥଳ ଭାବେ ବାଛି ନିର୍ଭୟରେ ଜୁଆର ଆସର ଜମାଉଛନ୍ତି ।

ଶୁକ୍ରବାର ରାତିରେ ସ୍ଥାନୀୟ ଥାନା ଚୈତନ୍ୟପଡା ଗ୍ରାମ ନିକଟସ୍ଥ ଏକ ବ୍ରଏଲର କୁକୁଡ଼ା ଫାର୍ମରେ ଜୁଆ ଆଡ୍ଡା ଚାଲିଥିବା ବେଳେ କୌଣସି ସୂତ୍ରରୁ ପୁଲିସ ଖବର ପାଇ ଅତର୍କିତ ଚଢ଼ାଉ କରିଥିଲା । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଥାନା ଏସଆଇ ବାସୁଦେବ ଭୋଇ, ରାଘବ ପ୍ରଧାନ, ଗୋପାଳ କୃଷ୍ଣ ଆଗୁପାତ୍ର, ଏଏସଆଇ ରାଜନ ବିଷୋୟୀ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ସରୋଜ କୁମାର ରଣସିଂହ, ଅନନ୍ତ ରଣସିଂହ, ପିଏସ ଦଳେଇ ଓ ଓଏପିଏଫ ଫୋର୍ସ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଦିନରେ ସ୍ଥାନୀୟ ଥାନା ଅଞ୍ଚଳରୁ ଜୁଆ ଆଡ୍ଡା ଉପରେ ଚଢ଼ଉ ଜୋରଦାର କରାଯିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।

   Related Posts