ବିପୁଳ ପରିମାଣରେ ନକଲି ଜର୍ଦ୍ଦା ସହ ଯନ୍ତ୍ରାଂଶ ଜବତ, ଜଣେ ଅଟକ
19/12/2020 at 10:30 PM

ଭଦ୍ରକ ୧୯।୧୨: ନକଲି ଜର୍ଦ୍ଦା ତିଆରି ହେଉଥିବା ଘର ଉପରେ ଚଢାଉ କରି ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ ୨ ଲକ୍ଷରୁ ଅଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖିଛି।
ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଛଡାକମହଲା ( ପଠାନସାହି ) ଅଞ୍ଚଳର ଏକ ଘରେ ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପୋଲିସକୁ ମିଳିଥିଲା। ଆଜି ସଂଧ୍ୟାରେ ଉକ୍ତ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଜର୍ଦ୍ଦା ସହ ଏଥିରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶକୁ ଜବତ କରିଛି ପୁରୁଣାବଜାର ପୋଲିସ। ଏଥିରେ ସମ୍ପୃକ୍ତ ଜଣକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ପୋଲିସ। ଏଥି ସହ ବିପୁଳ ପରିମାଣରେ ନକଲି ଜ଼ର୍ଦ୍ଦା, ବିଭିନ୍ନ ନାମୀ ଦାମୀ କମ୍ପାନୀର ଲୋଗୋ, ନାମୀଦାମୀ କମ୍ପାନୀର ଖାଲି ଡବା, ଲୋଗୋ, କେମିକାଲ ସହ ଯନ୍ତ୍ରାଂଶ ଜବତ କରାଯାଇଛି।