କ୍ରିକେଟ ବେଟିଂ ବେଳେ ପୋଲିସ ଚଢଉ,୫ ଗିରଫ, ନଗଦ ଟଙ୍କା ଓ ମୋବାଇଲ ଜବତ
21/09/2019 at 9:40 PM

ରାୟଗଡା ୨୧।୯: ରାୟଗଡା ପୋଲିସକୁ ମିଳିଛି ବଡ଼ ସଫଳତା । ପ୍ରଥମଥର ଅନ ଲାଇନ କ୍ରିକେଟ ବେଟିଙ୍ଗ ଫିକ୍ସରଙ୍କ ପର୍ଦ୍ଦାଫାସ କରିଛି ପୋଲିସ। ଏଥିରେ ସମ୍ପୃକ୍ତ ୫ ଜଣ ବେଟିଙ୍ଗ ଫିକ୍ସରଙ୍କୁ ଗିରଫ କରିବା ସହ ନଗଦ ୩ ଲକ୍ଷ ୮୭ ହଜାର ଟଙ୍କା୩ ଟି ବାଇକ,୫ ଟି ଏଟିଏମ କାର୍ଡ,, ୬ ଟି ମୋବାଇଲ ଓ୩ଟି ଡାଏରୀ ଜବତ କରିଛି। ଗିରଫ ସମସ୍ତ ଫିକ୍ସର ଯୁବକ।

ବେଟିଂ ନେଇ କୌଣସି ସୂତ୍ରରୁ ଖବର ପାଇ ସହରର ରାଣୀଗୁଡା ଠାରେ ଥିବା ଲକ୍ଷ୍ମୀନାରାୟଣ ସାହିରେ ପୁଲିସ ଟିମ ଚଢାଉ କରିଥିଲେ। ବେଟିଂର ମୁଖ୍ୟ କିଙ୍ଗ ପିନ୍ କେ. ସୂରିୟା ରାଓଙ୍କ ସମେତ ସାଗର ସାହୁ, ଜ୍ୟୋତିରଞ୍ଜନ ପଲାଇ, ସତ୍ୟବ୍ରତ ପ୍ରଧାନ ଓ ପି. ଈଶ୍ୱର ରାଓଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।
ତେବେ ଏହି ବେଟିଙ୍ଗ ଏବେ ଚାଲିଥିବା ସିରିଜ ଲାଗି ନୁହେଁ ଗତ ୯ ମାସ ଧରି ଗୁଗୁଲ ପେ ଓ ଫୋନ ପେ ମାଧ୍ୟମରେ ଚଳାଇଥିଲେ। ବେଟିଂରେ ଆଉ କିଛି ଯୁବକଙ୍କ ସମ୍ପୃକ୍ତି ଥିବାର ବି ଏବେ ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ରାୟଗଡା ଥାନା ଅଧିକାରୀ ସାମ୍ବାଦିକ ସମ୍ମଳିନୀରେ ସୂଚନା ଦେଇଛନ୍ତି।