Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ବିୟୁଟି ପାର୍ଲରରେ ଚାଲିଥିଲା ସେକ୍ସ ରାକେଟ୍ : ଗ୍ରାହକ ବେଶରେ ପହଞ୍ଚିଲା ପୋଲିସ, ତାପରେ…

19/01/2020 at 12:10 PM

କୋଲକତା ୧୯।୧: ବିୟୁଟି ପାର୍ଲରରେ ଚାଲିଥିଲା ସେକ୍ସ ରାକେଟ୍ । ଦେହ ବ୍ୟବସାୟର ପର୍ଦ୍ଦାଫାଶ କରିଛି ପୋଲିସ । ପୋଲିସ ଅତି ଚତୁରତାର ସହ ଚଢାଉ କରି ରାକେଟ୍ ର ପର୍ଦ୍ଦାଫାଶ କରିଛି । ପଶ୍ଚିମବଙ୍ଗର ଦୁଗ୍ରାପୁର ଅଞ୍ଚଳରେ ଚାଲିଥିଲା ଏହି ରାକେଟ୍ ।

ସୂଚନାଯୋଗ୍ୟ ଯେ, ସିଟି ସେଣ୍ଟର ଅଞ୍ଚଳରେ ଆସନସୋଲ ଦୁର୍ଗାପୁର କମିଶନରେଟ୍ ପୋଲିସର ଗୁଇନ୍ଦା ବିଭାଗ ଏହି ବିୟୁଟି ପାର୍ଲରରେ ଚଢାଉ ନେଇ ଅପରେସନ ଆରମ୍ଭ କରିଥିଲା । ଶନିବାର ଦିନ ପୋଲିସ ଏଠାରେ ଚଢାଉ କରିଥିଲା । ନାମିଦାମୀ ଅଞ୍ଚଳରେ ଥିବା ଏହି ବିୟୁଟି ପାର୍ଲର ଉପରେ ପୋଲିସ ଚଢାଉ କରିବାକୁ ନେଇ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ।

ଅପରେସନ ଅନୁଯାୟୀ ଶନିବାର ଦିନ ପୋଲିସ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ ପାର୍ଲରରୁ ୧୧ ମହିଳା ଏବଂ ଜଣେ ପୁରୁଷଙ୍କୁ ସେକ୍ସ ରାକେଟ୍ ଚଳାଇଥିବା ଅଭିଯୋଗରେ ଧରିଥିଲା । ଏହା ବ୍ୟତୀତ କେତେକ ଜରୁରୀ କାଗଜପତ୍ର ମଧ୍ୟ ପୋଲିସ ଜବତ କରିଛି । ଚଢାଉ ଅପରେସନରେ ଏସିପି, ମହିଳା ପୋଲିସ ଅଧିକାରୀଙ୍କ ସହ ଗୁଇନ୍ଦା ବିଭାଗର ଅଧିକାରୀ ସାମିଲ ଥିଲେ ।

ବିୟୁଟି ପାର୍ଲର ନାଁରେ ଏଠାରେ ସେକ୍ସ ରାକେଟ୍ ଚାଲୁଥିବା ନେଇ କିଛି ଦିନ ହେବ ପୋଲିସକୁ ସୂଚନା ମିଳିଥିଲା । ଏହାପରେ କମିଶନରେଟ୍ ପୋଲିସର ଗୁଇନ୍ଦା ବିଭାଗ ସଂପୃକ୍ତ ବିୟୁଟି ପାର୍ଲରରେ ଚଢାଉ ପାଇଁ ଜାଲ ବିଛାଇଥିଲା । ପ୍ରଥମେ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ସାଦା ପୋଷାକରେ ବିୟୁଟି ପାର୍ଲରକୁ ପଠାଯାଇଥିଲା । ସେମାନେ ପାର୍ଲରକୁ ଯାଇ ସେଠାରେ ସମସ୍ତ ଗତିବିଧିକୁ ଅନୁଧ୍ୟାନ କରିଥିଲେ । ସନ୍ଦେହ ହେବା ଫଳରେ ଅନ୍ୟ ଅଧିକାରୀଙ୍କୁ ଏନେଇ ସୂଚନା ପ୍ରଦାନ କରିଥିଲେ ।

ସୂଚନା ପାଇବା ପରେ ତତକ୍ଷଣାତ୍ ସେଠାରେ ଅନ୍ୟ ପୋଲିସମାନେ ପହଞ୍ଚି ଯାଇଥିଲେ । ସେଠାରେ ତଲାସି କରି ଅଭିଯୁକ୍ତଙ୍କୁ ଧରିଥିଲା ପୋଲିସ । ମାମଲାରେ ପୋଲିସ ପାର୍ଲରର ମାଲିକାଣୀଙ୍କ ସମେତ ୧୧ଯୁବତୀଙ୍କୁ ଗିରଫ କରିଥିଲା । ଜଣେ ଯୁବକଙ୍କୁ ମଧ୍ୟ ସେଠାରୁ ଗିରଫ କରିଛି ପୋଲିସ ।

   Related Posts