କରୋନା କଟକଣାକୁ ବେଖାତିର: ଦେଶୀ ମଦ ଭାଟି ଉପରେ ପୋଲିସ୍ର ଚଢ଼ାଉ
18/06/2020 at 6:19 PM

କାମାକ୍ଷାନଗର୧୮/୬: କରୋନା କଟକଣାକୁ ଖାତିର ନାହିଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ବେଧଡ଼କ ନିଶା କାରବାର। କରୋନା ଲକଡାଉନ୍ ସମୟରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ନିଶା କାରବାର ଚାଲିଥିବାର ନଜୀର ରହିଛି। ପୁଣିଥରେ କାମାକ୍ଷାନଗର ଚାଲିଥିବା ଚୋରା ଦେଶି ମଦ ଭାଟି ଉପରେ ପରଜଙ୍ଗ ପୋଲିସର ଚଢ଼ାଉ କରିଛି। ଏହାସହ ଆମ୍ବପଳାସ ଗ୍ରାମରେ ବି ପୋଲିସ୍ ଚଢାଉ କରିଛି। ପୋଲିସ୍ ଚଢ଼ାଉ କରି ୩୫୦୦ ଲିଟର ପୋଚ୍ ନଷ୍ଟ କରିବା ସହ ୧୦୦ ଲିଟର ଦେଶି ମଦ ଜବତ କରିଛି। ଘଟଣାସ୍ଥଳରୁ ମଦ ମାଫିଆ ଫେରାର ହୋଇଯାଇଛି।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021