ନ୍ୟୁଜ୍‌ପେପର ସର୍କୁଲେସନ୍ କର୍ମଚାରୀଙ୍କୁ ହତ୍ୟା ଘଟଣା : ନିଶାଖୋରଙ୍କ ଉପରେ ପୋଲିସର ଚଢଉ, ମିଳିଛି ସୁରାକ୍

Published By : Prameya-News7 Bureau | January 30, 2019 IST

ବଲାଙ୍ଗିର ୩୦|୧: ନିଶା କବଳରେ ବଲାଙ୍ଗୀର ସହର। ବଢି ଚାଲିଛି ସହରରେ ନିଶା ସେବନକାରୀଙ୍କ ସଂଖ୍ୟା। ନିଶା ପାଇଁ ନିଶାସେବନକାରୀ କେତେବେଳେ ଲୋକଙ୍କୁ ଲୁଟ୍ କରିଛନ୍ତି ତ କେତେବେଳେ ହତ୍ୟା ପରି ଜଘନ୍ୟକାଣ୍ଡ ଭିଆଇଛନ୍ତି। ନିକଟରେ ଗଣମାଧ୍ୟମରେ ଜଣେ କର୍ମଚାରୀଙ୍କୁ ନିଶାଡି ହତ୍ୟା କରିବାପରେ ଆକ୍ସନ ମୁଡକୁ ଆସିଛି ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ।

ନିଶା ସେବନକାରୀଙ୍କ ବଳୟରେ ବଲାଙ୍ଗୀର ସହର। ବେଧଡକ ଏଠି ଚାଲିଛି ବେଆଇନ ନିଶା କାରବାର। ଦିନକୁ ଦିନ ବଢୁଛି ସହରରେ ନିଶାସେବନକାରୀଙ୍କ ସଂଖ୍ୟା। ଏକ ଗଣମାଧ୍ୟମର କର୍ମଚାରୀଙ୍କୁ ନିଶାଡିମାନେ ଲୁଟ୍ କରିବାରେ ବିଫଳ ହେବାପରେ ତାଙ୍କୁ ହତ୍ୟା କରିବା ଘଟଣା ପରେ ଜିଲ୍ଲା ପ୍ରଶାସନର ଚେତା ପଶିଛି।

{"id":79799}

ନିଶା ସେବନକାରୀଙ୍କ ଦୌରାତ୍ମ୍ୟରୁ ସହରକୁ ମୁକ୍ତ କରିବାପାଇଁ ଅଣ୍ଟା ଭିଡିଛି ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ।ସ୍ବତନ୍ତ୍ର ଟିମ୍ ଗଠନ କରିଛନ୍ତି ଏସପି । ଗତକାଲି ଅତିରିକ୍ତ ଏସପିଙ୍କ ନେତୃତ୍ବରେ ୪ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ସହରର ବିଭିନ୍ନ ଛକ, ଗଳି ରାସ୍ତା, ନିଶା ବଟିକା,ଗଞ୍ଜେଇ ଓ ଡ୍ରଗ୍ସ ଭଳି ସାଂଘାତିକ ବେପାର କରୁଥିବା ବ୍ୟକ୍ତିଙ୍କ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି।

{"id":79294}

ଏହି ଚଢଉ ବେଳେ ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସକୁ କିଛି ସୁରାକ୍ ମିଳିଥିବାବେଳେ କିଛି ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ। ଏଭଳି ଚଢାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ କହିଛି। ସେପଟେ ନିଶା କାରବର ରୋକିବାପାଇଁ ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ ଠୋସ ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।

{"id":79800}

ଏପଟେ ନିଶାଡିଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ଗଣମାଧ୍ୟମର ପ୍ରତିନିଧି ମୃତଦେହର ପୋଷ୍ଟମର୍ଟମ କରାଯାଇଛି।ପୋଷ୍ଟମର୍ଟମ ସମୟରେ ମୃତକଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ସାମାନ୍ୟ ନିଶା ପାଇଁ ହତ୍ୟା ଘଟଣାକୁ ସାଧାରଣ ଲୋକେ, ବିଭିନ୍ନ ସଂଗଠନ ପକ୍ଷରୁ ନିନ୍ଦା କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି।

{"id":79801}

ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗର ଅପାରଗତା ଯୋଗୁ ସହରରେ ବଢିଚାଲିଛି ବେଧଡକ ବେଆଇନ ନିଶା କାରବାର। ବଲାଙ୍ଗୀର ସହରକୁ ନିଶା ସେବନକାରୀଙ୍କ କବଳରୁ ମୁକ୍ତ କରିବାକୁ ହେଲେ ନିଶା କାରବାର କରୁଥିବା ବେପାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.