ବିପୁଳ ପରିମାଣର ଗୁଟ୍‌ଖା ଜବତ, ପ୍ୟାକିଂ ମେସିନ ସହ ନଗଦ ଟଙ୍କା ସିଜ୍‌ କଲା ପୋଲିସ

Published By : Prameya-News7 Bureau | May 26, 2020 IST

ସାନଖେମୁଣ୍ଡି ୨୬।୦୫: ଲକଡାଉନରେ ଗୁଟ୍‌ଖାର କଳା ବଜାରୀ । ନିଜେ ଘରେ ମେସିନରେ କରୁଥିଲେ ଗୁଟ୍‌ଖା ପ୍ରସ୍ତୁତ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଗୁଣ୍ଡ୍ରା ଗ୍ରାମରେ ବେଆଇନ ଗୁଟୁଖା ପ୍ରସ୍ତୁତି ଚାଲିଥିବା ଖବର ପାଇ ପୋଲିସ ଚଢ଼ାଉ କରିଛି । ବିପୁଳ ପରିମାଣରେ ଗୁଟୁଖା ସହ ପଚାଶ ହଜାର ଟଙ୍କା ଜବତ କରିଛି ପୋଲିସ।

ସୂଚନାଯୋଗ୍ୟ ଯେ, ଶଶୁର ଚନ୍ଦ୍ର ବେହେରାଙ୍କ ଘରେ ଗୋଳନ୍ଥରା ଥାନା ଗୋବିନ୍ଦ ନଗର ଗ୍ରାମର କେଶବ ବେହେରା ବେଆଇନ ଭାବେ ଗୁଟୁଖା ପ୍ରସ୍ତୁତ କରୁଥିଲେ । ଏହାର ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ଘର ମଧ୍ୟରୁ ଖୁସି ,ମାୱା ମସଲା ପ୍ରତି ପକେଟରେ ସତୁରି ଗୋଟି ଭର୍ତ୍ତି କରାଯାଇଥିଲା । ଏହାର ପରିମାଣ ପ୍ରାୟ ୧୩୦କେଜି ଥିଲା । ଚଢାଉରେ ଗୁଟ୍‌ଖା ସହିତ ପ୍ୟାକିଙ୍ଗ ମେସିନ ଓ ନଗଦ ପଚାଶ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଏ ସମ୍ପର୍କରେ ଏକ ମୋକଦ୍ଦମା ରୁଜୁ କରି କେଶବକୁ ଅଟକ ରଖିଥିବା ଜରଡ଼ା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି । ତେବେ ବିଭିନ୍ନ ଗୁଟୁଖା କମ୍ପାନୀ ବନ୍ଦ ଥିବା ବେଳେ ରାତାରାତି ମାଲାମାଲ ହେବା ପାଇଁ ଗ୍ରାମାଞ୍ଚଳରେ ମେସିନ ରଖି ଚାଲିଛି । ଅନେକ ନକଲି କଳାବଜାରୀ ଘରୋଇ ଗୁଟୁଖା କ।ରାଖାନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.