ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

କୋଣାର୍କରେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା : ଆକ୍ସନ ମୁଡ୍‌ରେ କୋଣାର୍କ ପୋଲିସ, ବିଭିନ୍ନ ଲଜ୍ ଉପରେ ଚଢାଉ

23/10/2018 at 10:51 AM

ପୁରୀ ୨୩|୧୦: କୋଣାର୍କରେ ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମ ଘଟଣା ପରେ ଆକ୍ସନ ମୁଡ୍ କୁ ଆସିଛି କୋଣାର୍କ ପୋଲିସ । ଗତକାଲି ବିଳମ୍ବିତ ରାତିରେ କୋଣାର୍କ ପୋଲିସ ଗୋପ, କାକଟପୁର, ଅସ୍ତରଙ୍ଗ, ରାମଚଣ୍ଡୀ ପୋଲିସର ୫୦ଜଣିଆ ଟିମ୍ କୋଣାର୍କର ୧୪ଟି ବେଆଇନ ଲଜ୍ ଉପରେ ଚଢାଉ କରି ଦୁଇ ଲଜ୍ ମାଲିକକୁ ଉଠାଇ ଆଣିଛି ପୋଲିସ । ପ୍ରଶାନ୍ତ ଦାସଙ୍କ ମୋବାଇଲ ଟ୍ରାକ୍ କରି ଅସ୍ତରଙ୍ଗ ଅଞ୍ଚଳରୁ ଉଠାଇଛି ପୋଲିସ l ଲଜ୍ ମାଲିକ ଭୀମ ସେନ ସେନାପତି ଓ ଆଲୋକ ପ୍ରଧାନକୁ ଅଟକ ରଖି ପଚରା ଉଚରା କରୁଛି କୋଣାର୍କ ପୋଲିସ l

ଗତକାଲି ସନ୍ଧ୍ୟାରେ ବିଭିନ୍ନ ଲଜ୍ ଉପରେ ଚଢାଉ କରି କାଗଜପତ୍ର ଯାଞ୍ଚ୍ କରିଥିଲା ପୋଲିସ । ବିନା ଖାତା ଖତିଆନାରେ ଚାଲିଥିବା ୮ ଟି ଲଜ୍ ରେ ପୋଲିସ ତାଲା ପକାଇ ଦେଇଛି । ବେଆଇନ ଭାବେ ଚାଲିଥିବା ଏସବୁ ଲଜ୍ ରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ପୋଲିସ ରେଡ୍ ଖବର ଶୁଣି ବେଆଇନ ଭାବେ ଚାଲିଥିବା ସବୁ ଲଜ୍ ର ମାଲିକ ଫେରାର ହୋଇଯାଇଛନ୍ତି । ଆଗରୁ କୃଷ୍ଣ ବେହେରା ଓ ଶିବ ବେହେରା ଅଟକ ରଖିଛି ପୋଲିସ ବର୍ତ୍ତମାନ ସୁଦ୍ଧା ୫ଜଣକୁ ରଖିଛି କୋଣାର୍କ ପୋଲିସ l

ନିକଟରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ବଦନାମ ମୁଣ୍ଡେଇଛି ବିଶ୍ବ ପର୍ଯ୍ୟଟନ ସ୍ଥଳୀ କୋଣାର୍କ । ପୀଡିତାଙ୍କୁ କୁଆଡେ ଦେହ ବ୍ୟବସାୟ ପାଇଁ ଏଠାକୁ ଅଣାଯାଇଥିଲା । ପୂର୍ବରୁ ମଧ୍ୟ ବିଶ୍ବ ପର୍ଯ୍ୟଟନସ୍ଥଳୀ କୋଣାର୍କର ବିଭିନ୍ନ ଲଜ୍, ହୋଟେଲ୍ ଓ ଗେଷ୍ଟ ହାଉସରେ ଦେହ ବ୍ୟବସାୟ ଚାଲୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଆସନ୍ତା ୨୬ ତାରିଖରେ ୧୨ ଘଣ୍ଟିଆ କୋଣାର୍କ ବନ୍ଦ ଡାକରା ଦେଇଛି । ଥାନା ଘେରାଉ କରାଯିବ ବୋଲି ବିଜେପି ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ପ୍ରଭାତି ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

   Related Posts