Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ହୁକ୍କା ବାର୍‌ରେ ପୋଲିସ ଚଢ଼ାଉ, ୫୦ ରୁ ଅଧିକ ଯୁବକ ଯୁବତୀ ଗିରଫ

12/09/2020 at 12:10 PM

ଗାଜିଆବାଦ ୧୨/୦୯ : ଉତ୍ତର ପ୍ରଦେଶ ଗାଜିଆବାଦ ଥାନା ଅନ୍ତର୍ଗତ କୌସାମ୍ବି ଅଞ୍ଚଳରେ ଥିବା ଏଞ୍ଜେଲ ମଲରେ ପୋଲିସ ଓ ପ୍ରଶାସନ ସଂଯୁକ୍ତ ଟିମ ଏକ ରେସ୍ତୋରାଁରେ ଚଢ଼ାଉ କରି ୫୦ ରୁ ଅଧିକ ଯୁବକ ଯୁବତୀଙ୍କୁ ଗିରଫ କରିଛନ୍ତି । ଏହି ରେସ୍ତୋରାଁରେ ଅବୈଧ ହୁକ୍କା ବାର ଚାଲିଥିଲା ଓ ମଦ ମଧ୍ୟ ପରସା ଯାଉଥିଲା । ସୂଚନା ପାଇ ପୋଲିସ ହଠାତ ଚଢ଼ାଉ କରିଥିଲା ।

ନୋ ରୁଲସ ନାମକ ରେସ୍ତୋରାଁରେ ଚଢ଼ାଉ ବେଳେ ଚକିତ କଲାଭଳି ଜିନିଷ ସାମ୍ନାକୁ ଆସିଛି । ବାହାରୁ ଏହା ଟେଷ୍ଟରଣ ଥିଲା କିନ୍ତୁ ଭିତରେ ଅବୈଧ ଭାବେ ମଦ ଓ ହୁକ୍କା ବାର ଚାଲିଥିଲା । ନିଶା ସହ ଏଠାରେ ଏତେ ଭିଡ ଥିଲା ଯେ କରୋନା ସଂକ୍ରମଣର କାରଣ ହୋଇପାରେ ବୋଲି ପୋଲିସ କହିଛି । ଲଗାତାର ଅଭିଯୋଗ ପରେ ପୋଲିସ ଓ ପ୍ରଶାସନ ଟିମ ଏଠାରେ ଚଢ଼ାଉ କରିଥିଲା ।

ଗାଜିଆବାଦ ଏସପି ସିଟି ଅଭିଷେକ ବର୍ମା କହିଛନ୍ତି ଯେ, କୌସାମ୍ବି ଅଞ୍ଚଳରେ ଥିବା ଏଞ୍ଜେଲ ମଲରେ ଥିବା ନୋ ରୁଲସ ରେସ୍ତୋରାଁ ଲକଡାଉନ ନିୟମ ଉଲଙ୍ଘନ କରାଯାଇଥିଲା ଓ ଅବୈଧ ହୁକ୍କା ବାର ଚାଲିଥିଲା । ଏଠାରେ ଖୋଲାଖୋଲି ଭାବେ ମଦ ମଧ୍ୟ ପରସା ଯାଉଥିଲା ।

ରେସ୍ତୋରାଁରେ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରାଯାଇନଥିଲା । ସୂଚନା ପାଇ ପୋଲିସ ଟିମ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ପାଖାପାଖି ୫୦ ଯୁବକ ଯୁବତୀଙ୍କୁ ଗିରଫ କରାଯାଇଛି । ଏପିଡେ଼ମିକ ଆକ୍ଟ ଓ ଅନ୍ୟ ଆଇନ ଧାରା ଅନୁଯାୟୀ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚ ରାଜ୍ୟରେ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କୋର୍ଟ ମୁଖ୍ୟ ସଚିବଙ୍କୁ ଆଦେଶ ଦେଇଛନ୍ତି ଯେ କୌଣସି ରେସ୍ତୋରାଁ କିମ୍ବା କ୍ୟାଫେରେ ହୁକ୍କା ଚଲାଇବା ପାଇଁ ଅନୁମତି ଦିଆନଯାଉ।|

   Related Posts