ସ୍ପାକୁ ନକଲି ଗ୍ରାହକ ପଠାଇ ପୋଲିସ ମାରିଲା ରେଡ୍‌, ୪ ଯୁବତୀ ସମେତ ମ୍ୟାନେଜର ଗିରଫ

Published By : Prameya-News7 Bureau | April 16, 2019 IST

wp:heading {"level":5}
ସେଲିବ୍ରିଟି H20 ସ୍ପା ତଥା ମସାଜ ପାର୍ଲରରେ ଦେହ ବ୍ୟବସାୟ ଚାଲୁଥିବା ଖବରପାଇ ପୋଲିସ ସେଠାରେ ରେଡ ମାରିଥିଲା। ପୋଲିସକୁ ଏହି ମସାଜ ପାର୍ଲରକୁ ନକଲି ଗ୍ରାହକ ପଠାଇଥିଲା। ଏହା ଦ୍ୱାରା ପୋଲିସ ରୁମ ନମ୍ୱର ୧ ଓ ୫ ରେ ଦେହବ୍ୟବସାୟ ଚାଲିଥିବା ପୋଲିସକୁ ଜଣାପଡିବା ଯୋଗୁଁ ପୋଲିସ ସେଠାରେ ରେଡ କରିଥିଲା। ଘଟଣା ସ୍ଥଳରୁ ଜଣେ ଜଣେ ମହିଳା, ଜଣେ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରା ପଡିଥିଲେ। ୪ ଯୁବତୀଙ୍କ ସମେତ ସ୍ପା ମ୍ୟାନେଜର ପୱନସିଂହ ଚୌହାନଙ୍କୁ ଗିରଫ କରିଥିଲା ପୋଲିସ।
/wp:heading {"id":104033}
wp:heading {"level":5}
ପୋଲିସ ଅନୁସାରେ ଗୁଜରାଟ ଗାନ୍ଧିନଗରରେ ଥିବା ଏହି ସ୍ପାର ରୁମ ନମ୍ୱର ୧ରୁ ଗିରଫ ହୋଇଥିବା ମହିଳା ଅରୁଣାଚଳ ପ୍ରଦେଶର ବାସିନ୍ଦା । ତାଙ୍କ ସହ ସେଠାରୁ ଧରାପଡି ଥିବା ପୁରୁଷ କଲ୍ୟାଣ ସୋସାଇଟିରେ ରହୁଥିବା ହର୍ଷିଲ ବିପିନ ଭାଇଖାଚର । ୪୦୦୦ ଟଙ୍କା ନେଇ ତାଙ୍କୁ ୧୦୦୦ ଟଙ୍କାର ରସିଦ ଦିଆଯାଇଥିଲା। ବାକି ୩୦୦୦ ଟଙ୍କା ଯୁବତୀ ଓ ମ୍ୟାନେଜର ନିଜ ନିଜ ଭିତରେ ବାଣ୍ଟି ନେଇଥିଲେ।
/wp:heading {"id":104034}
wp:heading {"level":5}
ରୁମ ନମ୍ୱର ୫ରୁ ନାଗାଲାଣ୍ଡର ଏଲି ହନିଝୁ ଅବୋମି ଧରା ପଡିଥିଲା। ଅବୋମି ସହ ଅମିତ ଭାଣବଡିଆ ନାମକ ଜଣେ ପୁରୁଷ ରୁମରେ ଥିଲେ। ତାଙ୍କ ପାଖରେ ମଧ୍ୟରେ ୧୦୦୦ ଟଙ୍କାର ରସିଦ ଥିଲା। ସେ କହିଥିଲେ ଯେ, ସେ କେବଳ ମସାଜ ନେବା ପାଇଁ ଆସନ୍ତି। ଆଉ ଏକ ରୁମରୁ ନାଗାଲାଣ୍ଡର ଯୁବତୀ ଲେନୁଏଝାଂ ଥଙ୍ଗସୁ ଚାଙ୍ଗ ଓ ମୁମ୍ୱାଇର ଅଲ୍‌ଗା ସୁକୋବ ନାମକ ଯୁବତୀ ଧରା ପଡିଥିଲେ।
/wp:heading wp:heading {"level":5}
ମ୍ୟାନେଜରର ରିସେପସନ କାଉଁଣ୍ଟରରୁ ବିଭିନ୍ନ ଗର୍ଭ ନିରୋଧକ ଓ ଟାବଲେଟ ଜବତ କରାଯାଇଥିଲା। ମ୍ୟାନେଜର ସହ ପୋଲିସ ଗ୍ରାହକଙ୍କୁ ଗିରଫ କରିଥିଲା ଓ ଯୁବତୀଙ୍କୁ ବୟାନ ଦେବା ପାଇଁ କୁହାଯାଇଥିଲା।
/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.