Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଦ୍ରକରେ ପୁଣି ନକଲି ଜର୍ଦ୍ଦା କାରଖାନାରେ ଚଢ଼ଉ: ବିପୁଳ ପରିମାଣର ସାମଗ୍ରୀ ଜବତ

13/08/2020 at 3:18 PM

ଭୁବନେଶ୍ବର୧୩/୮: ପୁଣି ନକଲି ଜର୍ଦ୍ଦା କାରଖାନା ଠାବ।  ଭଦ୍ରକରେ ଜିଲ୍ଳାରେ ଏଭଳି ଅଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ବିପୁଳ ପରିମାଣରେ ସାମଗ୍ରୀ ଜବତ ହୋଇଛି ସତ ହେଲେ ବ୍ୟବସାୟୀ ଏବଂ କର୍ମଚାରୀ ଫେରାର ଅଛନ୍ତି କିନ୍ତୁ ଘର ମାଲିକ ଥାନାରେ ଅଟକ ରହିଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ଥାନା  ପଧାନପଡା ଗ୍ରାମରେ ଏକ ଭଡାଘରେ ଚାଲୁଥିବା ନକଲି ଜର୍ଦ୍ଦା କାରଖାନା ଉପରେ ବନ୍ତ ପୋଲିସ  ଚଢ଼ାଉ କରିଛି।

  ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୋଲିସ ବାରମ୍ବାର ଚଢାଉ ଜାରି ରଖିଥିବାବେଳେ ଚୋରା ବ୍ୟବସାୟୀ ମାନେ ବିଭିନ୍ନ ଗ୍ରାମାଞ୍ଚଳକୁ ସେମାନଙ୍କର ନୂଆ ଠିକଣା ବନାଇଛନ୍ତି ।ଏହାସହ    ରାସାୟନିକ ସାମଗ୍ରୀ , ୨ ଗୋଟି ମେସିନ୍ , ୨ ବସ୍ତା ଖୋଲା ଜର୍ଦା ଡବା ଏବଂ ପ୍ରାୟ ୧୦୦ ପେଟିରୁ ଉର୍ଦ୍ଧ୍ବ ନକଲି ଜର୍ଦ୍ଦା ଜବତ କରିଛି ବନ୍ତ ପୋଲିସ।

   Related Posts