ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୁଣି ଚଢଉ, କଟକ ଘରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର: ଜେଲରେ ଥାଇ ଚଳାଉଥିଲେ ଅପରାଧ ସାମ୍ରାଜ୍ୟ

Published By : Prameya-News7 Bureau | December 10, 2020 IST

କଟକ ୧୦/୧୨ : ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଧଳସାବନ୍ତ ବ୍ରଦର୍ସଙ୍କ ଘରେ ପୁଣି ଚଢଉ କରାଯାଇଛି । ଦୁଇ ଭାଇ ସୁଶାନ୍ତ ଧଳସାମନ୍ତ ଏବଂ ସୁଶୀଲ ଧଳସାମନ୍ତଙ୍କ କଟକ ସ୍ଥିତ ସିଡିଏ ବାସଭବନରେ ଚଢଉ କରିଛି ପୋଲିସ । ଚଢଉ ବେଳେ ଧଳସାମନ୍ତ ଭ୍ରାତାଙ୍କ ଘରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ମିଳିଛି ।

wp:gallery {"ids":[375816],"linkTo":"none"} /wp:gallery

ପୂର୍ବରୁ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି । ୧୯୯୯ମସିହାରେ ହୋଇଥିବା ଗୁଳିକାଣ୍ଡ ଏବଂ ବେଆଇନ ବନ୍ଧୁକ କରବାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୫ ବର୍ଷ ସଜା ଭୋଗୁଛନ୍ତି ସୁଶାନ୍ତ ଧଳସାମନ୍ତ । ଗୋଟିଏ ମାମଲାରେ ୫ବର୍ଷ ଜେଲ୍ ଦଣ୍ଡ ସହ ୨୫ ହଜାର ଟଙ୍କା ଜରିମାନା ଏବଂ ଅନ୍ୟ ମାମଲାରେ ୪ବର୍ଷ ଜେଲ୍ ଦଣ୍ଡ ସହ ୨୫ହଜାର ଟଙ୍କାର ଜରିମାନା ଶୁଣାଇଥିଲେ । କୋର୍ଟ । ୨୦୧୬ ମସିହା ଜାନୁଆରୀ ୨୯ତାରିଖରେ ଦୁଇ ଗ୍ୟାଙ୍ଗଷ୍ଟର ଭାଇ ସୁଶୀଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କୁ ଗିରଫ କରିଥିଲା କମିଶନରେଟ ପୁଲିସ । ଦୁଇ ମୋଷ୍ଟ ଓ୍ବାଣ୍ଟେଡ ଭାଇ ହତ୍ୟାକାଣ୍ଡ, ବଟି ଆଦାୟ, ଅସ୍ତ୍ରଶସ୍ତ୍ର କାରବାର, ରାଜ୍ୟରେ ଟେଣ୍ଡର ଫିକ୍ସିଂ ଭଳି ବିଭିନ୍ନ ଅପରାଧିକ ମାମଲାରେ ସଂପୃକ୍ତ ଥିଲେ ।

wp:gallery {"ids":[375817],"linkTo":"none"} /wp:gallery

୨୦୦୯ ମସିହା ଡିସେମ୍ବର ୧୧ରେ ନୂଆବଜାର ଡବଲ ମର୍ଡର, ବିଡାନାସୀ ହତ୍ୟାକାଣ୍ଡ, ଲାଲବାଗ୍ ଥାନା ଅଞ୍ଚଳରେ ହତ୍ୟା ଉଦ୍ୟମ ଏବଂ ଡକାୟତି ଆଦି ବିଭିନ୍ନ ଘଟଣାରେ ସଂପୃକ୍ତ ଥିଲେ । ଉଭୟଙ୍କୁ ଗିରଫ କରି ଚୌଦ୍ବାର ଜେଲ୍ ରେ ରଖିଥିଲା ପୁଲିସ । ପରେ ସୁରକ୍ଷା ଦୃଷ୍ଟିରୁ ଅଲଗା ଅଲଗା ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ମାର୍ଚ୍ଚ ମାସରେ ଝାରପଡା ଜେଲରୁ ସୁଶାନ୍ତ ଧଳସାମନ୍ତଙ୍କୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରିଥିଲା କମିଶନରେଟ୍ ପୁଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.