କଟକରେ ବେଆଇନ୍ ବାଲିଘାଟରେ ଚଢାଉ : ୧୦ଜଣ ଅଟକ, ୭ଟି ଟ୍ରାକ୍ଟର ଜବତ

Published By : Prameya-News7 Bureau | January 10, 2021 IST

କଟକ ୧୦।୦୧: ବେଆଇନ୍ ବାଲିଘାଟ ଉପରେ ଚଢାଉ । ବେଆଇନ୍‌ ଭାବେ ଚାଲିଥିବା ବାଲିଘାଟ ଉପରେ କମିଶନରେଟ୍ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଚଢାଉରେ ୭ଟି ବାଲି ବୋଝେଇ ଟ୍ରାକ୍ଟର ଜବତ ହୋଇଛି ।

ଖବର ଅନୁଯାୟୀ, କଟକ ଗୋପାଳପୁର ସ୍ଥିତ ପାଇକ ସାହିରେ ଚାଲୁଥିବା ବେଆଇନ୍ ବାଲିଘାଟ ଉପରେ କମିଶନରେଟ୍ ପୋଲିସ ଚଢାଉ କରିଛି । ଆଜି ଭୋର ସମୟରେ କମିଶନରେଟ ପୋଲିସ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରିଛି । ଉକ୍ତ ଘାଟରେ  ଚଢାଉ କରି ୭ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରିଛି । ଏହାସହିତ ଘଟଣାରେ ୧୦ରୁ ଅଧିକ ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ୍ । ସମସ୍ତଙ୍କୁ ପଚାଉପଚରା ଜାରି ରହିଛି । ଚଢାଉ ଏବେବି ଜାରି ରହିଛି । ପୋଲିସ ଟିମ୍ ବାଲିଘାଟସ୍ଥଳରେ ଉପସ୍ଥିତ ରହିଛି । ପ୍ରଶାସନର ବିନା ଅନୁମତିରେ ଏଠାରେ ବାଲିଘାଟ ଚାଲୁଥିଲା । ଯାହାଦ୍ୱାରା କି ଏଠାରୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଲୁଟ୍‌ ହେଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.