ରାଜଧାନୀର ଡ୍ୟାନ୍ସ ବାରରେ ପେ।ଲିସ ଚଢାଉ ; ୯ଜଣ ଯୁବତୀ ଉଦ୍ଧାର
18/08/2018 at 1:52 PM

ଭୁବନେଶ୍ୱର ୧୮/୮ : ରାଜଧାନୀର ସେ।ଲାନ୍ ଇନ ହେ।ଟେଲରେ ପେ।ଲିସର ଚଢାଉ । ଖାରବେଳନଗର ଥାନା ଜନପଥରେ ଥିବା ହେ।ଟେଲ ସେ।ଲାନ୍ ଇନ ହେ।ଟେଲରେ ଚଢାଉ କରି ୯ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ପେ।ଲିସ । ଘଟଣାରେ ଡ୍ୟାନ୍ସବାରର ମ୍ୟାନେଜରଙ୍କୁ ଅଟକ ରଖାଯାଇଛି ।
ରାଜଧାନୀରେ ବେଧଡକ ଚାଲିଛି ଡ୍ୟାନ୍ସ ବାର । ସଞ୍ଜ ନଇଁଲେ ଜମୁଛି ଆସର । ସମ୍ଭ୍ରାନ୍ତ ଘରର ଯୁବକ ଯୁବତୀ ମାନଙ୍କୁ ଆକ଼ଷ୍ଟ କରିବାକୁ ଡିଜେର ତାଳେ ତାଳେ ନାଚୁଛନ୍ତି ବାହାର ରାଜ୍ୟର ସୁନ୍ଦରୀ ତରୁଣୀ । ହାତରେ ମଦର ପିଆଲା ଧରି ରାଜ ରାଜୁଡିଆ ଢାଞ୍ଚାରେ କରାଯାଉଛି ପରିବେଷଣ । ଯେଉଥିପାଇଁ ମୋଟା ଅଙ୍କର ଅର୍ଥ ଦେଉଛନ୍ତି ଗ୍ରାହକ । ଖାରବେଳନଗର ଥାନା ଠାରୁ ମାତ୍ର ୧୦୦ ମିଟର ଦୂରରେ ଥିବା ଶୋଲାନ ଇନ ହୋଟେଲରେ ଚାଲିଥିଲା ଏହି ଡ୍ୟାନ୍ସବାର । ଯାହା ଉପରେ ଚଢାଉ କରିଛି କମିସନରେଟ ପୋଲିସ । ବାର ଭିତରୁ ଅର୍ଦ୍ଧନଗ୍ନ ଅବସ୍ଥାରେ ଉଦ୍ଧାର ହେ।ଇଛନ୍ତି ୯ଜଣ ଯୁବତୀ । ଏମାନଙ୍କ ମଧ୍ୟରୁ କିଏ ମୁମ୍ବାଇରୁ ତ ଆଉ କିଏ ବିହାର ୱେଷ୍ଟବେଙ୍ଗଲରୁ ହେ।ଇଥିବା ବେଳେ ଜଣେ ଓଡିଆ ଯୁବତୀ ଥିବା ଜଣାପଡିଛି ।
ଡ୍ୟାନ୍ସ ବାରରୁ ଯୁବତୀଙ୍କୁ ଉଦ୍ଧାର କରାଯିବା ପରେ ବାର ରୁମକୁ ସିଲ କରିଛି ପେ।ଲିସ୍ । ରାଜଧାନୀରେ ହୋଟେଲ ବାର ଓ ରେଷ୍ଟୁରାଣ୍ଟ ପାଇଁ ଅବକାରୀ ବିଭାଗ ଲାଇସେନ୍ସ ଦେଇଥାଏ । ହେଲେ ଅବକାରୀ ବିଭାଗ ଗତ ଦୁଇବର୍ଷ ମଧ୍ୟରେ କୌଣସି ଡ୍ୟାନ୍ସ ବାରକୁ ପଞ୍ଜୀକ଼ତ କରିନଥିବା କହିଛନ୍ତି ଅବକାରୀ ବିଭାଗର ସୁପରିଟେଣ୍ଡ ।
ଗତ ମାସରେ ରାଜଧାନୀର ବିଭିନ୍ନ ଡ୍ୟାନ୍ସବାର ଉପରେ ମିଳିତ ଚଢାଉ କରିଥିଲେ ଅବକାରୀ ଓ କମିସନରେଟ ପୋଲିସ । ତେବେ ଏଠାରେ ପ୍ରଶ୍ନ ଉଠୁଛି ରାଜଧାନୀର ମୁଖ୍ୟ ଜନପଥ ରାସ୍ତାରେ କେମିତି ଚାଲିଥିଲା ଡ୍ୟାନ୍ସ ବାର । ପୂର୍ବରୁ ପୋଲିସ ପାଖରେ କୌଣସି ଖବର ନଥିଲା ନା ପୋଲିସ ସବୁ ଜାଣି ଶୁଣି ଆଖି ବୁଜିଦେଇଥିଲା ।