ଡକାୟତିର ଯୋଜନା ଚାଲିଥିବା ବେଳେ ପୋଲିସର ଚଢାଉ: ୩ ଲୁଟେରା ଗିରଫ, ବିଭିନ୍ନ ସାମଗ୍ରୀ ଜବତ

Published By : Prameya-News7 Bureau | June 30, 2020 IST

ଭଦ୍ରକ ୩୦।୦୬: ରାଜପଥରେ ଡକାୟତି ପାଇଁ ଚାଲିଥିଲା ପ୍ରସ୍ତୁତି । ବନ୍ଧୁକ ସହ ୫ ଜଣ ଡକାୟତଙ୍କୁ ଲୁଟ୍‌ ପାଇଁ ଅପେକ୍ଷା କରିଥିବା ବେଳେ ମାଡିବସିଲା ପୋଲିସ । ପୋଲିସକୁ ଦେଖି ୨ଜଣ ଡକାୟତ ଦୌଡ଼ି ପଳାଇଯାଇଥିବା ବଳେ ଅନ୍ୟ ୩ ଜଣ ପୋଲିସ ହାତରେ ଧରା ପଡିଛନ୍ତି । ଭଦ୍ରକ ଜିଲ୍ଲା ଚରମ୍ପା ନିକଟରେ ଚାଲିଥିବା ଏଭଳି ଯୋଜନା । ଯାହାର ପର୍ଦ୍ଦାଫାଶ କରିଛି ଭଦ୍ରକ ଟାଉନ ଥାନା ପୋଲିସ ।

{"id":293723,"sizeSlug":"large"}

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଚରମ୍ପା ନିକଟରେ ଚାଲିଥିଲା ଡକାୟତି ପାଇଁ ପ୍ରସ୍ତୁତି । ଖବର ପାଇଁ ପାଟ୍ରୋଲିଂ ଟିମ ସହ ଭଦ୍ରକ ଟାଉନ ପୋଲିସ ଚାରିପଟୁ ଘେରିଯାଇଥିଲେ । ପୋଲିସକୁ ଦେଖି ଦୁଇ ଜଣ ଡକାୟତ ଦୌଡି ପଳାଇଯାଇଥିଲେ ବେଳେ ଅନ୍ୟ ତିନିଜଣ ଧରା ପଡ଼ିଥିଲେ ।

{"id":293725,"sizeSlug":"large"}

ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଛି । ତେବେ ଡକାୟତି ପାଇଁ ବ୍ୟବହାର ହେବାକୁ ଥିବା ଦୁଇଟି ବାଇକ fz-Or -02- bg - 3861 ଓ ଆପାଚି ନମ୍ବର od - 22f - 9386 ଜବତ ହୋଇଛି । ତେବେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ହେଲେ ଗ୍ରାମଞ୍ଚଳ ଥାନା ଏରେଇଁ ଅଞ୍ଚଳର ପାଗୁଳୁ ସେଠି , ତପନ ଦଳେଇ ଓ ବାଉଦପୁର ଅଞ୍ଚଳର ଅଜିତ ସେଠି ବୋଲି ସୂଚନା ଦେଇଛି ପୋଲିସ । ତେବେ ଫେରାର ଦୁଇଜଣ ଡକାୟତଙ୍କ ପରିଚୟ ମିଳିଛି । ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.