ବସ୍‌କୁ ଧକ୍କା ଦେଇ ପଳାଉଥିଲା ବୋଲେରୋ, ଚେକିଂ ବେଳେ ବାହାରିଲା ବିପୁଳ ପରିମାଣର ଚୋରା କାଠ

Published By : Prameya-News7 Bureau | April 04, 2021 IST

ଭଦ୍ରକ ୦୪।୦୪: ରାଜପଥରେ ଏକ ବସ୍‌ ଧକ୍କା ଦେଲା ବୋଲେରୋ ।  ଖବର ପାଇ ପହଞ୍ଚିଲା ପୋଲିସର ରାଜପଥ ପାଟ୍ରୋଲିଂ ଟିମ୍‌ । ପୋଲିସକୁ ଦେଖି ଚମ୍ପଟ ମାରିଲା ବୋଲେରୋ ଡ୍ରାଇଭର । ଶେଷରେ ଗାଡ଼ି ଯାଞ୍ଚି କରିବାରୁ ବାହାରିଲା ଚୋରା କାଠ। ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଗ୍ରାମାଞ୍ଚଳ ଥାନା ନଳାଙ୍ଗ ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା ।  

{"id":432915,"width":736,"height":414,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥରେ ପୋଲିସର ପାଟ୍ରୋଲିଂ ଚାଲିଥିଲା । ଠିକ୍‌ ଏହି ସମୟରେ ଏକ ବୋଲେରୋ ଦ୍ରୁତଗତିରେ ପଳାଉଥିବା ବେଳେ ଏକ ବସ୍‌କୁ ଧକ୍କା ଦେଇଥିଲା । ପୋଲିସ ଟିମ୍‌ ବୋଲେରୋ ପିଛି କରିବାରୁ ଗାଡ଼ି ଛାଡି ଡ୍ରାଇଭର ଚମ୍ପଟ ମାରିଥିଲା । ପୋଲିସ ଘଟଣାସ୍ଥଳରେ ପୋଲିସ ଗାଡିକୁ ଯାଞ୍ଚ କରିଥିଲା , ଏବଂ ଗାଡ଼ିରୁ ବିପୁଳ ପରିମାଣର ଚୋରା କାଠ ଜବତ କରିଛି । ଏହାପରେ ତୁରନ୍ତ ଜାତୀୟ ରାଜପଥ ପୋଲିସ ବନବିଭାଗକୁ ଏନେଇ ଖବକ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.