ବେଗୁନିଆ ଜଙ୍ଗଲରେ ପୋଲିସର ଚଢାଉ ; ଅଫୁଟା ବୋମା ସହ ବିପୁଳ ପରିମାଣର ସୁନା ଓ ରୂପା ଅଳଙ୍କାର ଜବତ
27/12/2018 at 12:54 PM

ଭଞ୍ଜନଗର ୨୭|୧୨: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବେଗୁନିଆ ଜଙ୍ଗଲରରେ ପୋଲିସ ପକ୍ଷରୁ ଚଢାଉ କରାଯାଇଛି । ଘଟଣାସ୍ଥଳରୁ ୩୭୭ ଗ୍ରାମ୍ ସୁନା, ୬ କେଜି ୭୦୦ ଗ୍ରାମ୍ ରୂପା ଜବତ ହୋଇଛି । ଏହାସହ କିଛି ଅଫୁଟା ବୋମା ମଧ୍ୟ ଜବତ ହୋଇଛି ।

ସୂଚନା ଅନୁସାରେ ଗତକାଲି ରାତିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ପୋଲିସ ମିଳିତ ଭାବେ ବେଗୁନିଆ ଜଙ୍ଗଲରେ ଚଢାଉ କରିଥିଲେ । ଚଢାଉ ବେଳେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଘଟଣାସ୍ଥଳରୁ ୩୭୭ ଗ୍ରାମ୍ ସୁନା, ୬ କେଜି ୭୦୦ ଗ୍ରାମ୍ ରୂପା ଜବତ କରିଛି ପୋଲିସ । ଏହାସହ କିଛି ଅଫୁଟା ବୋମା ମଧ୍ୟ ଜବତ ହୋଇଛି । ନିହତ ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ନାୟକର ସହଯୋଗୀଠାରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ଚଢାଉ କରିଥିଲା । ନିକଟରେ ଅପରାଧୀ ବାବୁକୁ ପୋଲିସ ଏନକାଉଣ୍ଟର କରିଥିଲା ।
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021