Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଲକଡାଉନରେ ଚାଲିଥିଲା ପାର୍ଟି, ମାତାଲ ଥିଲେ ହାଇପ୍ରୋଫାଇଲ ଯୁବକ-ଯୁବତୀ : ଚଢଉ କରି ବାର ମାଲିକ ସମେତ ୧୨ ଜଣଙ୍କୁ ଉଠାଇନେଲା ପୋଲିସ

4/06/2021 at 5:44 PM

ପାଟନା ୦୪/ ୦୬ : ଲକଡାଉନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ବାଜୁଥିଲା ଡିଜେ ଚାଲିଥିଲା ପାର୍ଟି । ମଦ ପିଇ ମାତାଲ ହେଉଥିଲେ ଯୁବକ ଯୁବତୀ । ହଠାତ ପହଞ୍ଚିଗଲା ପୋଲିସ । ବିହାରର ରାଜଧାନୀ ପାଟନାରେ ଏକ ମଦ ପାର୍ଟିରେ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ପାଟନାର ବୁନ୍ଦ୍ରା ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହୋଟେଲରେ କରେନା ନିୟମକୁ ଫୁ କରି ଚାଲିଥିଲା ଜନ୍ମ ଦିନ ପାର୍ଟି । ଡିଜେ ମ୍ୟୁଜିକ ଏବଂ ମଦରେ ମସଗୁଲ ଥିଲେ ସମସ୍ତେ । କୌଣସି ସୂତ୍ରରୁ ଖବର ପାଇଁ ସଂପୃକ୍ତ ହୋଟେଲ ଉପରେ ଅଚାନକ ଚଢଉ କରିଥିଲା ସ୍ଥାନୀୟ ପୋଲିସ ।
ଘଟଣାରେ ବାରର ୪ ଜଣ କର୍ମଚାରୀ ଏବଂ ମାଲିକଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ବିପୁଳ ପରିମାଣର ମଦ ବୋତଲ ଏବଂ ବନ୍ଧୁକ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ବିଧାୟକ ପ୍ରାର୍ଥୀ ଏବଂ ଅନେକ ହାଇପ୍ରୋଫାଇଲ ବ୍ୟକ୍ତି ଥିବା ନେଇ ସୂଚନା ଦେଇଛି ପୋଲିସ ।
ସୂଚନା ଅନୁଯାୟୀ, ବୁନ୍ଦ୍ରା ପୋଲିସକୁ ଖବର ମିଳିଥିଲା ଯେ, ଗ୍ରୀନ ଫରେଷ୍ଟ ହୋଟେଲରେ ପାର୍ଟି ଚାଲିଛି । ଡିଜେର ତାଳେ ତାଳେ ମଦ ମଧ୍ୟ ପିଉଛନ୍ତି । ପୋଲିସର ଏକ ଟିମ ଗୁରୁବାର ରାତିରେ ତୁରନ୍ତ ସେଠାରେ ପହଞ୍ଚି ହୋଟେଲରେ ଚଢଉ କରିଥିଲା । ଭିତରେ ଥିବା ସମସ୍ତେ ମଦ ପିଇ ମାତାଲ ଅବସ୍ଥାରେ ଥିଲେ । ପୋଲିସ ବାର ମାଲିକଙ୍କ ସମେତ କିଛି କର୍ମଚାରୀ ଏବଂ ପାର୍ଟିରେ ସାମିଲ ଥିବା ଲୋକଙ୍କୁ ଉଠାଇନେଇଥିଲା । ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ହର୍ଷ ନାମକ ଜଣେ ଯୁବକ ଯେକି ପେସାରେ ଜଣେ ସାମ୍ବାଦିକ, ସେ ଏହି ପାର୍ଟି ଆୟୋଜନ କରିଥିଲେ । ପୋଲିସ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହିତ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

   Related Posts