Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

ଭାଙ୍ଗିଲା ପୋଲିସର ନିଦ, ବେଆଇନ୍ ବାଲି ଚାଲାଣ ରୋକିବାକୁ ନେଲା କାର୍ଯ୍ୟାନୁଷ୍ଠାନ, ବାଲି ବୋଝେଇ ଟ୍ରାକ୍ଟର ଜବତ

13/11/2020 at 3:32 PM

ନୀଳଗିରି,୧୩/୧୧ : ବାଲେଶ୍ୱର ଜିଲ୍ଲା ନୀଳଗିରି  ତହସିଲ ଅଧିନ ସୋନନଦୀରୁ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢି ଚାଲିଥିବା ବେଳେ ଶେଷରେ ପୋଲିସ ନୀରବତା ଭାଙ୍ଗିଛି। ଗୁରୁବାର ମଧ୍ୟରାତ୍ରରେ ଚଢ଼ଉ କରି ସୋନନଦୀ କୂଳରୁ ନମ୍ବର ବିହୀନ ଚୋରାବାଲି ବୋଝେଇ ଟ୍ରାକ୍ଟର ଜବତ କରିବାରେ ସଫଳ ହୋଇଛି।

ସୂଚନାନୁସାରେ, ବାଲେଶ୍ଵର ଜିଲ୍ଲା ନୀଳଗିରି ତହସିଲ ଅଧିନ ସୋନନଦୀରୁ ବାଲି ମାଫିଆମାନେ ସ୍ଥାନୀୟ କିଛି ଗ୍ରାମବାସୀଙ୍କୁ ହାତବାରିସୀ କରି ବାଲି ଚୋରି କରୁଥିଲେ। ଦୈନିକ ଶହଶହ ଟ୍ରିପ୍ ବାଲି ଚୋରି ହେଇଥିବା ବେଳେ ଲକ୍ଷାଧିକ ଟଙ୍କାର ରାଜସ୍ଵ ହାନୀ କରୁଥିଲେ। ତହସିଲଦାର ଅନେକ ବାର ଚଢ଼ଉ କରି ଚୋରା ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରକ ଜବତ କଲେ ମଧ୍ୟ ବାଲି ଚୋରି କମିନଥିଲା। ବହୁବାର ଗାଡି ଜବତ ବେଳେ ତହସିଲଦାର ଆକ୍ରୋଶର ଶିକାର ହୋଇଥିବା ବେଳେ ପୋଲିସ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି। ଖାଲି ସେତିକ ନୁହେଁ ପୂର୍ବରୁ ଅନେକ ଟ୍ରକ ଓ ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନହେବା କାରଣରୁ ମାଫିଆମାନେ ବାଲି ଚୋରି ଦ୍ୱିଗୁଣିତ କରିଥିଲେ।

ଘଟଣାକୁ ନେଇ ଅଞ୍ଚଳବାସୀ ଏକ ପ୍ରକାର ଅଣନିଶ୍ଵାସୀ ପାଲଟିଥିବା ବେଳେ ବହୁଦିନ ପରେ କାଠପାଳ ନିକଟରେ ବାଲିଚୋରୀ ନେଇ ପୋଲିସ ନୀରବତା ଭାଙ୍ଗିଛି।ଗୁରୁବାର ନୀଳଗିରି ଆଇଆଇସି ପ୍ରଭଞ୍ଜନ ବେହେରା ,ଏସଆଇ ବାସୁଦେବ ଜୟସିଂହ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ମଧ୍ୟରାତ୍ର ରେ ଆତର୍କିତ ଚଢ଼ାଉ କରିଥିଲେ।ମାଫିଆମାନେ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିବା ବେଳେ ନଦୀକୂଳରୁ ବାଲି ବୋଝେଇ ହୋଇ ଆସୁଥିବା ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଜବତ କରିବାରେ ସଫଳ ହୋଇଛନ୍ତି। ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଅନ୍ଧକାର ସୁଯୋଗ ନେଇ ଫେରାର ହୋଇଯାଇଥିବା ଜଣାପଡିଛି।

ଗାଡିଟିକୁ ଥାନାକୁ ଅଣାଯାଇ ୩୮୧ ନମ୍ବର ମାମଲା ରୁଜୁକରିବା ସହ ଇଞ୍ଜିନ ନମ୍ବର ଆରଟିଓଙ୍କୁ ଦେବାପରେ ଗାଡି ମାଲିକ କିଏ ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ବାସୁଦେବ ଜୟସିଂ ପ୍ରକାଶ କରିଛନ୍ତି। ପୋଲିସ ଆଗରୁ ନୀରବତା ଭାଙ୍ଗି ଚଢ଼ାଉ କରିଥିଲେ ଆଜି ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ଵ ବଞ୍ଚିପାରିଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।ତେବେ ଡେରିରେ ହେଉମଧ୍ୟ ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରାଯାଇଛି।

   Related Posts