Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେକ୍ସ ରାକେଟ୍‌ ଅଭିଯୋଗରେ ହୋଟେଲ୍‌ରେ ଚଢଉ କଲା ପୁଲିସ୍‌, ହେଲେ ବାହାରିଲା ଅଲଗା ମାମଲା

28/08/2019 at 3:21 PM

ମିରଟ – ସେକ୍ସ ରାକେଟ୍‌ ଅଭିଯୋଗରେ ମିରଟ ପୁଲିସ ବେଗମ୍‌ପୁଲ ନିକଟରେ ଥିବା ଓସମ୍‌ ହୋଟେଲ୍‌ରେ ଚଢଉ କରିଥିଲା । ଚଢଉ ସମୟରେ ୪୨ ଜଣ ଯୁବକ ଓ ଯୁବତୀଙ୍କୁ ପୁଲିସ୍‌ ଅଟକ ରଖିଥିଲା ।  ଏହି ହୋଟେଲ୍‌ରେ ଦେହ ବ୍ୟାପାର ଚାଲୁଥିବା ପୁଲିସ ନିକଟରେ ଅଭିଯୋଗ ପହଞ୍ଚିଥିଲା । ଏହାପରେ ପୁଲିସ ହୋଟେଲ୍‌ର ୬ ଜଣ କର୍ମଚାରୀଙ୍କୁ ଜେଲ୍‌କୁ ପଠାଇ ଦେଇଛି । ୩୬ ଜଣ ଯୁବକ ଯୁବତୀଙ୍କୁ ତାଙ୍କର ଅଭିଭାବକଙ୍କୁ ଡାକି ତାଙ୍କ ସହ ଘରକୁ ପଠାଇଛି ।

ସୋମବାରରେ ମିରଟରେ ପୁଲିସ ଏକ ବଡ ସେକ୍ସ ରାକେଟ୍‌କୁ ଧରି ଥିବା ଖବର ପ୍ରଚାରିତ ହୋଇଥିଲା । ପୁଲିସ୍‌ ବି ଓସମ୍‌ ନାମକ ହୋଟେଲ୍‌ରେ ଚଢଉ କରି ୪୨ ଜଣଙ୍କୁ ଧରିଥିଲା । ମାତ୍ର ରାତି ସାରା ଜେରା କରିବା ପରେ ତା ପରଦିନ ୩୬ ଜଣଙ୍କୁ ପୁଲିସ୍‌ ଛାଡି ଦେଇଥିଲା । ଧରା ପଡିଥିବା ୧୮ ଯୁବକ ଓ ୧୮ ଯୁବତୀଙ୍କ ମଧ୍ୟରୁ ଅଧିକାଂଶ ଙ୍କର ନିର୍ବନ୍ଧ ହୋଇ ସାରିଥିଲା । ସେମାନଙ୍କ ମଧ୍ୟରୁ କିଛି ପ୍ରେମୀ ଯୁଗଳ ବି ଥିଲେ । ସେମାନେ ନିଜର ପରିଚୟ ପତ୍ର ଦେଇ  ହୋଟେଲ୍‌ରେ ରହିଥିଲେ । ପରେ ସେମାନଙ୍କର ଅଭିଭାବକଙ୍କୁ ଡାକି ପୁଲିସ୍‌ ସେମାନଙ୍କୁ ଛାଡି ଦେଇଛି । ମାତ୍ର ହୋଟେଲ୍‌ର କର୍ମଚାରୀ ପୁଲିସ କାମରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଆଣ୍ଟି ହ୍ୟୁମାନ ଟ୍ରେଫିକିଙ୍ଗ୍‌ ସହ  ଲାଲକୁର୍ତ୍ତୀ ଥାନା ପୁଲିସ ଏହି ହୋଟେଲ୍‌ ଉପରେ ଚଢଉ କରିଥିଲେ ।

   Related Posts