ନକଲି ସସ୍‌ ଗୋଦାମରେ ପୋଲିସର ଚଢ଼ଉ; ୧୨ପେଟିରୁ ଅଧିକ ଅପମିଶ୍ରିତ ସସ୍‌ ଜବତ

Published By : Prameya-News7 Bureau | May 28, 2022 IST

କଟକ ୨୮/୦୫ : କଟକ ମାଲଗୋଦାମରେ ଥିବା ଏକ ନକଲି ସସ୍ ଗୋଦାମ ଉପରେ ଚଢାଉ କରିଛି ପୋଲିସ। ଚଢାଉ ସମୟରେ ଗୋଦାମରୁ ୧୨ ପେଟିରୁ  ଅଧିକ ଅପମିଶ୍ରିତ ସସ ପୋଲିସ ଜବତ କରିଛି। ତେବେ ସସ୍‌ ବିକ୍ରି କରିବା ଅଭିଯୋଗରେ ପୋଲିସ ଜଣଙ୍କୁ ଅଟକ ରଖିବା ସହ ସେହି ବ୍ୟକ୍ତିଙ୍କର ବାରଙ୍ଗରେ ଥିବା ସସ୍ କାରଖାନା ଉପରେ ମଧ୍ଯ ପୋଲିସ ଚଢାଉ କରିଥିଲା  

ତେବେ ପୂର୍ବରୁ ମଧ୍ଯ ମାଲଗୋଦାମରୁ ଅପମିଶ୍ରିତ ସସ୍‌ ଜବତ ହୋଇଥିବା ବେଳେ ଆଜି ପୁଣି ନକଲି ସସ୍ ପୋଲିସ  ଜବତ କରିଛି । ନିମ୍ନ ମାନର ଅର୍ଥାତ ପଚା ସଢା କଖାରୁ ଓ ଆଳୁରେ କେମିକାଲ ଓ ରଙ୍ଗ ଦେଇ ଏହି ସସ୍‌ ତିଆରି କରାଯାଉଥିଲା ବୋଲି ଜଣା ପଡ଼ିଛି।ଏହି ସସ୍‌କୁ ବିଭିନ୍ନ ଫାଷ୍ଟଫୁଡ ଦୋକାନୀ, ଜଳଖିଆ ଦୋକାନୀଙ୍କ ସହିତ ଗୁପଚୁପ ଦୋକାନୀଙ୍କୁ ବିକ୍ରି କରାଯାଉଥିଲା।ଏହି ସସ୍‌ର ମାନ ଯାଞ୍ଚ କରିବା ପାଇଁ ପରୀକ୍ଷାଗାରକୁ ପଠାଯିବ ବୋଲି ସିଏମସି ସ୍ଵାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍‌ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.