ବାଂଲାଦେଶୀ ଆଡ୍ଡା ଉପରେ ଚଢ଼ାଉ: ୩୦ଗିରଫ, ଜାଣନ୍ତୁ କାହିଁକି…

Published By : Prameya-News7 Bureau | October 26, 2019 IST

ବେଙ୍ଗାଲୁରୁ୨୬|୧୦: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବେଆଇନ ଭାବେ ରହି ଆସୁଥିବା ବାଂଲାଦେଶୀଙ୍କ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି। ବିନା ଭିସାରେ ଭାରତରେ ବେଆଇନ ଭାବେ ରହି ଆସୁଥିବା ୩୦ ବାଂଲାଦେଶୀ ନାଗରିକଙ୍କୁ ପୋଲିସ ଗିରଫ କରିଛି।

ବେଙ୍ଗାଲୁରୁ ପୋଲିସର ସୂଚନା ଅନୁସାରେ ବେଆଇନ ଭାବେ ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ଶନିବାର ରାତିରେ କର୍ଣ୍ଣାଟକ ପୋଲିସ ଚଢ଼ାଉ କରି ୩୦ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ଏମାନଙ୍କ ପରିଚୟ ଓ ସମ୍ପୂର୍ଣ୍ଣ ଠିକଣା ମିଳିବା ମାତ୍ରେ ସେମାନଙ୍କ ଦେଶକୁ ପଠାଇ ଦିଆଯିବ ବୋଲି ବେଙ୍ଗାଲୁରୁ ପୋଲିସ କହିଛି।

ପୂର୍ବରୁ ଲକ୍ଷ୍ନୌରେ ଥିବା ବିଦେଶୀ ନାଗରିକଙ୍କ ବିରୋଧରେ ୟୁପି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଏଭଳି ଭାବେ ବିଭିନ୍ନ ରାଜ୍ୟରେ ବେଆଇନ ଭାବେ ଭାରତରେ ରହୁଥିବା ବିଦେଶୀ ନାଗରିକଙ୍କ ବିରୋଧରେ  ଭାରତ ସରକାର ଅଭିଯାନ ଆରମ୍ଭ କରିଛି। ବିଦେଶୀ ନାଗରିକଙ୍କ ଦସ୍ତାବିଜ୍‌ ଯାଞ୍ଚ କରିବା ପରେ ସେମାନଙ୍କୁ ନିଜ ନିଜ ଦେଶକୁ ପଠାଇ ଦିଆଯିବ। ଓଡିଶାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ଏବଂ ଓଡିଶା ସରକାର ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.