ବାଣୀବିହାର ହଷ୍ଟେଲରେ ଚଢାଉ : ଅଣଛାତ୍ରଙ୍କୁ ବାହାର କରିବାକୁ କମିଶନରେଟ୍ ପୋଲିସର ଉଦ୍ୟମ

Published By : Prameya-News7 Bureau | March 11, 2019 IST

ଭୁବନେଶ୍ବର ୧୧|୩ : ବାଣୀବିହାର କ୍ୟାମ୍ପସରେ  କମିସନରେଟ୍ ପୋଲିସର ଚଢାଉ । କ୍ୟାମ୍ପସ୍ ଭିତରେ ନୂତନ ଭାବେ ନିର୍ମାଣ  କରାଯାଇଥିବା ସାତ ନମ୍ବର ହଷ୍ଟେଲକୁ ପୋଲିସ ଖାଲି କରିବା ସହିତ ହଷ୍ଟେଲ ଭିତରୁ ଅନେକ ମାଦକଦ୍ରବ୍ୟ ଜବତ କରିଛି । 

{"id":92416}

ହଷ୍ଟେଲର ଆଲମାରୀରେ ସଜା ହୋଇ ରହିଛି ମଦ ବୋତଲ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଣୀବିହାର କ୍ୟାମ୍ପସ ଭିତରେ ନୂତନ ଭାବେ ନିର୍ମାଣ କରାଯାଇଥିବା ୭ ନମ୍ବର ହଷ୍ଟେଲେ । ତିନି ମହଲା ବିଶିଷ୍ଟ ଏହି ହଷ୍ଟେଲରେ ୮୦ରୁ ଅଧିକ ରୁମ୍ ରହିଥିବା ବେଳେ ଏହା ଭିତରେ ୱାର୍ଡନ ରୁମ୍ ସହିତ ଡାଇନିଙ୍ଗ ରୁମ୍ ମଧ୍ୟ ରହିଛି ।

{"id":92417}

ଏହି ହଷ୍ଟେଲରେ ରହିବା ପାଇଁ ମାତ୍ର ୩୧ ଜଣଙ୍କୁ ଅନୁମତି ପ୍ରଦାନ କରାଯାଇଥିଲା । ପରବର୍ତ୍ତି ସମୟରେ ହଷ୍ଟେଲରୁ ୨୬ଜଣ ଛାତ୍ର ରୁମ୍ ଛାଡିଦେଇଥିଲେ । ହେଲେ କୌଣସି ଛାତ୍ରଙ୍କୁ ଏଥିପାଇଁ ଅନୁମତି ନଥିଲେ ମଧ୍ୟ ଏହି ହଷ୍ଟେଲରେ ୧୪୦ରୁ ଅଧିକ ପିଲା ରହୁଥିଲେ । ଯେଉଁମାନଙ୍କ ମଧ୍ୟରୁ ଅନେକ ଅଣଛାତ୍ର ବୋଲି ଜଣାପଡିଛି । 

{"id":92418}

ହଷ୍ଟେଲ ଭିତରୁ ଅଣଛାତ୍ର ଓ ଅନୁମତି ପାଇନଥିବା ଛାତ୍ର ମାନଙ୍କୁ ବାହାର କରିବା ପାଇଁ କମିସନରେଟ ପୋଲିସକୁ ନାକେଦମ ହେବାକୁ ପଡିଥିଲା । ପ୍ରତ୍ୟେକ ରୁମରେ ତାଲା କାଟି ପୋଲିସ ହଷ୍ଟେଲରେ ପଶି ଅଣଛାତ୍ରଙ୍କ ଆସବାବପତ୍ର ବାହାର କରି ସେହି ସବୁ ରୁମରେ ନୂଆ ତାଲା ପକାଇଥିଲା ।

{"id":92420}

ତେବେ କେବଳ ୭ନମ୍ବର ହଷ୍ଟେଲ ନୁହେଁ ସାରା ବାଣିବିହାର କ୍ୟାମ୍ପସ ଏଭଳି ଅଣଛାତ୍ରଙ୍କ ରାଜୁତି ଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.