Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ମାନବବାଦ ସଂଗଠନ ମୁଖିଆ ମାନସ ଦାସଙ୍କ ଘରେ ଚଢାଉ, ସହିହନଗର ସ୍ଥିତ ଘରେ ଖୋର୍ଦ୍ଧା ପୋଲିସର ଛାନଭିନ୍

7/09/2021 at 3:38 PM

ଭୁବନେଶ୍ବର ୭।୯: ମାନବବାଦ ସଂଗଠନ ନାଁରେ ଅମାନବୀୟ କାର୍ଯ୍ୟ ଚଳାଇଥିବା ସଂସ୍ଥାର ମୁଖ୍ୟ ମାନସ ଦାସ ଗିରଫ ହେବା ପରେ ତାଙ୍କ ଘରେ ଚଢାଉ କରିଛି ପୋଲିସ । ଭୁବନେଶ୍ବର ସ୍ଥିତ ସହିଦନଗର ଘରେ ଛାନଭିନ୍ ଜାରି ରଖିଛି ଖୋର୍ଦ୍ଧା ପୋଲିସ । ଖୋର୍ଦ୍ଧା ପୋଲିସର ୩ଟି ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି ।

ଗତ ୨ ତାରିଖରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଗିରଫ କରିଥିଲା ପୋଲିସ। ତାଲିବାନୀ ଷ୍ଟାଇଲ୍‌ରେ ଶାସନ ଚଳାଇଥିବା ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସଙ୍କୁ ଖୋର୍ଦ୍ଧା ପୋଲିସ ଗିରଫ କରିଥିଲା । ମାନସଙ୍କ ନାଁରେ ବହୁ ସଂଗୀନ ଅଭିଯୋଗ ରହିଛି। ହତ୍ୟା ଉଦ୍ୟମ ଓ ଧମକ ଦେବା ଆଦି ଅଭିଯୋଗ ରହିଛି। ଏହା ଛଡ଼ା ବାପ-ପୁଅଙ୍କୁ ଘରେ ପୂରାଇ ମାଡ଼ ମାରିବାର ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି।

ବେଗୁନିଆ ଥାନା ମାନପୁର ଗାଁର ସତ୍ୟବ୍ରତ ନାୟକଙ୍କୁ ଘରୁ ଟେକିନେଇ କରଡଗାଡିଆ ଗାଁରେ ଅଗଷ୍ଟ ୨ ରେ ମାନବବାଦ ସଂଗଠନର କିଛି ଗୁଣ୍ଡା ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ଗିରଫ କରିଥିଲା ହେଲେ ସଂଗଠନ ମୁଖ୍ୟ ମାନସ ଦାସଙ୍କ ନାଁରେ ଏତଲାରେ ଉଲ୍ଲେଖ ଥିଲେ ବି ତାଙ୍କୁ ଗିରଫ କରିନଥିଲା ।  ଯାହାକୁ ନେଇ ନିର୍ଯାତନାରେ ଶିକାର ହୋଇଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କେବଳ ସତ୍ୟବ୍ରତ ନାୟକ ହତ୍ୟା ଘଟଣା ନୁହେଁ, ମାନସ ଦାସଙ୍କ ମାନବବାଦ ସଂଗଠନ ନାଁରେ ଲମ୍ବା ଅଭିଯୋଗ ତାଲିକା ଲମ୍ବି ଲମ୍ବି ଚାଲିଥିଲା। ସଙ୍ଗଠନର ନିୟମ ମାନୁନଥିବା ଲୋକଙ୍କୁ ଦିଆଯାଉଥିଲା ଅକଥନୀୟ ନିର୍ଯାତନା। ଖୋର୍ଦ୍ଧା ଜିଲ୍ଲା ବୋଲଗଡ କଡବ ଗାଁର ମାଗୁଣୀ ନାୟକ ଓ ତାଙ୍କ ପୁଅଙ୍କୁ କୋଠ ଘରେ ପୂରାଇ ମାଡ଼ ମାରିବା ଭିଡିଓ ଭାଇରାଲ୍‌ ହେବା ପରେ ସଂଗଠନର ଅସଲ ଚିତ୍ର ସାମ୍ନାକୁ ଆସିଥିଲା। 

   Related Posts