ଦେଶୀ ମଦ ରନ୍ଧା ବେଳେ ଚଢାଉ : ଦୁଇ ହଜାର ଲିଟରରୁ ଅଧିକ ପୋଚ ନଷ୍ଟ, ମଦ ମାଫିଆ ଫେରାର

Published By : Prameya-News7 Bureau | May 15, 2020 IST

ଖୋର୍ଦ୍ଧା ୧୫।୫: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍ ଡାଉନ୍ ଜାରି ରହିଛି । ଲକ୍ ଡାଉନ୍ ପାଇଁ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମାଲେ ମାଲ ହେଉଛନ୍ତି ଦେଶୀ ମଦ ବ୍ୟବସାୟୀ । ଲକ୍ ଡାଉନ ପାଇଁ ବିଦେଶୀ ମଦ ଦୋକାନ ବନ୍ଦ ରହିଥିବାରୁ ଏହାର ଭରପୁର ଫାଇଦା ଉଠାଉଛନ୍ତି ଦେଶୀ ମଦ ମାଫିଆମାନେ ।

ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ଏକଡାଳିଆ ଗ୍ରାମ ଆଦିବାସୀ ସାହି ନିକଟରେ ବେଆଇନ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ଚଢାଉ କରିଥିଲା । ପୋଲିସକୁ ଦେଖି ମଦ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ସେଠାରୁ ପ୍ରାୟ ଦୁଇ ହଜାର ଲିଟରରୁ ଅଧିକ ପୋଚକୁ ନଷ୍ଟ କରି ମଦ ପ୍ରସ୍ତୁତ ସରଞ୍ଜାମକୁ ଜବତ କରିଛି । ମାଫିଆମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.