Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ନ୍ୟୁଜ୍ ସେଭେନ୍‌ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡ୍‌ରେ ଜିଲ୍ଲା ପ୍ରଶାସନ : ଖୋର୍ଦ୍ଧା ସବ୍ ଜେଲ୍‌ରେ ଚଢାଉ, ବ୍ୟାପକ ନିଶା ସାମଗ୍ରୀ ଜବତ

7/06/2020 at 12:50 PM

ଭୁବନେଶ୍ବର ୭।୬: ଖୋର୍ଦ୍ଧା ସବ୍ ଜେଲରେ ବ୍ୟାପକ ନିଶା ଓ ବ୍ରାଉନସୁଗାର କାରବାର ଘଟଣାରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ ।  ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେଲରେ ଚଢ଼ାଉ କରିଛି ପୋଲିସ । ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ପୋଲିସ ମିଳିତ ଚଢ଼ାଉ କରିଛି ।

ଶନିବାର ସନ୍ଧ୍ୟା ସାଢେ ୭ ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ଛାନଭିନ୍ କରାଯାଇଥିଲା । ଚଢ଼ାଉ ବେଳେ ଖଇନି, ଗୁଟଖା, ବିଡି, ସିଗାରେଟ୍, ଲାଇଟର୍ ଓ ମୋବାଇଲ୍ ଚାର୍ଜର ମିଳିଥିବା ଉପଜିଲ୍ଲାପାଳ ଶାନ୍ତନୁ ମହାନ୍ତି ସୂଚନା ଦେଇଛନ୍ତି । 

ତେବେ ଆଗକୁ ଜେଲ୍ ଉପରେ ନଜର ରଖାଯିବ ଓ ନିୟମିତ ଚଢ଼ାଉ କରାଯିବ ବୋଲି କହିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ । ଜେଲ୍ ଭିତରେ ଅନେକ ସ୍ଥାନ ଅଛି, ଯାହା ସିସିଟିଭି ନଜରରେ ନାହିଁ । ଅଧିକ ସିସିଟିଭି ଲଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ ।

ଜେଲ୍ ରେ ଏସବୁ ବେପାର ନେଇ ନ୍ୟୁଜ୍ ସେଭେନରେ ଖବର ପ୍ରସାରଣ କରାଯାଇଥିଲା । ନ୍ୟୁଜ୍ ୭ ଅପରେସନରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଥିଲା ଚଢାଉ ବେଳେ ସେସବୁ କିନ୍ତୁ ଧରାପଡିନି । ପୁଣି ଜେଲକୁ ନିଶାଦ୍ରବ୍ୟ ଏବଂ ମୋବାଇଲ ଯିବା ପଛରେ ଯେଉଁ ଜେଲ୍ କର୍ତ୍ତୃପକ୍ଷଙ୍କ ସଂପୃକ୍ତି ଅଛି ସେନେଇ କେବେ ତଦନ୍ତ ହେବ, କେବେ ଆକ୍ସନ ହେବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

   Related Posts