ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ଖାକି ବର୍ଦ୍ଦି ବଦଳରେ ଲୁଙ୍ଗି ଓ ହାଫ୍ ପ୍ୟାଣ୍ଟ୍ ପିନ୍ଧିଲେ ପୋଲିସ

Published By : Prameya-News7 Bureau | July 09, 2021 IST

ଝାରସୁଗୁଡା ୯।୭: ଜୁଆ ଆଡ୍ଡା ଉପରେ ଚଢ଼ାଉ କରିବା ପାଇଁ ବ୍ରଜରାଜନଗର ପୋଲିସକୁ ଡ୍ରେସ୍ ଓହ୍ଲାଇବାକୁ ପଡିଲା । ଖାକି ବର୍ଦ୍ଦି ବଦଳରେ ଲୁଙ୍ଗି ଓ ହାଫ୍ ପ୍ୟାଣ୍ଟ୍ ପିନ୍ଧି ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ପୋଲିସ । ଫିଲ୍ମ ଷ୍ଟାଇଲରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଜଣେ ଜୁଆଡିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ବଡଯୋବ ସ୍ଥିତ ମଧୁପୁର ଜଙ୍ଗଲରେ ଜମିଥିଲା ଜୁଆ ଆଡ୍ଡା । ବ୍ରଜରାଜନଗର ପୋଲିସ ଖବର ପାଇ ଗୁରୁବାର ଦିନ ଚଢାଉ କରିଥିଲା । ଏସଡିପିଓ ଦିଲ୍ଲୀପ ଦାସ, ବ୍ରଜରାଜନଗର ଆଇଆଇସି ବୈକୁଣ୍ଠ ବିହାରୀ ସେଠ୍ ଓ ପୋଲିସ ସଦଳବଳେ ଛଦ୍ମ ବେଶରେ ଗାମୁଛା, ଲୁଙ୍ଗି, ହାଫ୍ ପ୍ୟାଣ୍ଟ୍ , ଗଞ୍ଜି ପିନ୍ଧି ତିନୋଟି ଅଟୋରେ ପହଞ୍ଚିଥିଲେ ଜୁଆ ଆଡ୍ଡା ନିକଟରେ। ସମସ୍ତ ୧୮ ଜଣ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଏହାସହ ସେଠାରୁ ଗୋଟିଏ ବୋଲେରୋ ଗାଡ଼ି, ୮ଟି ବାଇକ୍ ସହ ନଗଦ ୧ ଲକ୍ଷ ୧୪ ହଜାର ଟଙ୍କା ଜବତ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.