ଦୀପାବଳି ପୂର୍ବରୁ ରେଡ୍ : ବେଆଇନ ବାଣ ଗୋଦାମ ଉପରେ ଚଢାଉ, ୩ ଗିରଫ
26/10/2019 at 9:12 AM

ସାଲେପୁର ୨୬।୧୦: ଦୀପାବଳି ପୂର୍ବରୁ ବାଣ ଗୋଦାମରେ ରେଡ୍ ହୋଇଛି । ବେଆଇନ ବାଣ ଗୋଦାମ ଉପରେ ଚଢାଉ କରିଛି ଜଗତପୁର ପୋଲିସ । ତ୍ରିଲୋଚନପୁର, ପଦମପୁର ଓ ହାତୀଖାନରେ ଚଢାଉ କରିଛି ପୋଲିସ ।

ଚଢାଉ ବେଳେ ୩ଜଣ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ କୈଳାସ ସାମଲ, ଲକ୍ଷ୍ମୀଧର ରାଉତ ଓ ଡ୍ରାଇଭର ଦୀପକ ରାଉତ ।

ଚଢାଉ ବେଳେ ବହୁ ସାମଗ୍ରୀ ମଧ୍ୟ ଜବତ ହୋଇଛି । ୯ କେ.ଜି. ଗନ୍ ପାଉଡର, ୪ କେ.ଜି. ପଟାସ, ବାଣ ତିଆରି ପାଇଁ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ ଓ ୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବାଣ ଜବତ କରିଛି ପୋଲିସ ।