Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ହୋଟେଲରେ ଖୁଲମଖୁଲା ଚାଲିଥିଲା ବେପାର, ସାମାଜିକ ଦୂରତା ନଥାଇ ଜମୁଥିଲା ଲୋକଙ୍କ ଭିଡ : ଚଢାଉ କଲା ପୋଲିସ

21/05/2021 at 1:58 PM

ସାନଖେମୁଣ୍ଡି ୨୧।୫: କରୋନାର ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଗ୍ରାମାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଚିନ୍ତାଜନକ ଭାବେ ବଢିବା ସରକାର ଓ ପ୍ରଶାସନ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଘରେ ଘରେ ଏବେ ଜ୍ବର ଆକ୍ରାନ୍ତ ଓ ଲକ୍ଷଣଯୁକ୍ତ ଲୋକ ରହିଥିବା ବେଳେ ସଚେତନତା ଅଭାବ ଏବଂ କୋଭିଡ୍ ଟେଷ୍ଟ ଭୟରେ ସେମାନେ ଡାକ୍ତରଖାନାକୁ ଆସୁନାହାନ୍ତି । ଆଉ ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳର ଲୋକେ କୌଣସି କଟକଣାକୁ ନମାନିବା ଆଗକୁ ବିପଦ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହିଂଜିଳିକାଟୁ ନିକଟସ୍ଥ ଗ୍ରାମ ଗୁଡିକରେ ।

ସୂଚନାଯୋଗ୍ୟ ଯେ, ହିଞ୍ଜିଜିକାଟୁ ନିକଟସ୍ଥ ନୂଆ ବୁରୁପଡା ଗ୍ରାମ ସ୍ଥିତ ଥିବା ଧରିତ୍ରୀ ଢ଼ାବା ସାମ୍ନାରେ ଏକ ହୋଟେଲ ବ୍ୟବସାୟୀ ଗତ କିଛି ଦିନ ହେଲା ଖୁଲମଖୁଲା ହୋଟେଲ ଖୋଲି ବିନା ସାମାଜିକ ଦୂରତାରେ ଖାଇବାକୁ ଦେଉଥିଲେ । ତେବେ ଶୁକ୍ରବାର ପ୍ରବଳ ଗହଳି ହେଉଥିବା ବେଳେ ଏଠାରେ ସାମାଜିକ ଦୂରତ୍ବ ନଥିବା ଦେଖିବାକୁ ମିଳିଥିଲା । ତେବେ କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ ପହଞ୍ଚି ଚଢ଼ାଉ କରିଥିଲେ ।  ହୋଟେଲ ମାଲିକ ସମେତ ଦୁଇ କର୍ମଚାରୀଙ୍କୁ ଥାନାରେ ଅଟକ ରଖିବା ସହ ମୋଟା ଅଙ୍କର ଜରିମନା କରାଯାଇଥିବା ସୂଚନା ମିଳିଛି । ଜଳଖିଆ ଦୋକାନର ଖାଦ୍ୟ ସାମଗ୍ରୀ ଓ ଗ୍ୟାସ୍ ଜବତ କରିଥିବା ଜଣାପଡ଼ିଛି ।

   Related Posts