ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ

Published By : Prameya-News7 Bureau | October 23, 2020 IST

ବାଲିପାଟଣା ୨୩।୧୦: ଜୁଆ ଆଡ୍ଡା ଉପରେ ଚଢାଉ କରି ୩ ଜଣଙ୍କୁ ଗିରଫ କରିଛି ବାଲିଅନ୍ତା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ବାଲିଅନ୍ତା ଥାନା ବଇଁଚୁଆ ଗ୍ରାମର ବାବାଜୀ ସାହୁ, କୈଳାସ ସାହୁ ଏବଂ ସରୋଜ ସାହୁ ।

{"id":349358,"sizeSlug":"large"}

ବାଲିଅନ୍ତା ଥାନା ବଇଁଚୁଆ ହାଇସ୍କୁଲ୍‌ ପରିସରରେ ଜୁଆ ଖେଳ ହେଉଥିବା ନେଇ ପୋଲିସ ସୂଚନା ପାଇଥିଲା । ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ଏକ ଟିମ୍ ସହ ସେଠାରେ ଚଢାଉ କରିଥିଲେ । ଜୁଆ ଖେଳୁଥିବା ୩ ଜଣଙ୍କୁ ଗିରଫ କରିଥିଲେ ।

{"id":349360,"sizeSlug":"large"}

ଏମାନଙ୍କ ନିକଟରୁ ଜୁଆ ଖେଳରେ ବ୍ୟବହୃତ ୫ ପ୍ୟାକେଟ୍ ତାସ୍ ଏବଂ ୧୬ ହଜାର ୭ ଶହ ଟଙ୍କା ପୋଲିସ ଜବତ କରିଛି । ଏହା ସହ ୩ଟି ମୋବାଇଲ୍, ଦୁଇଟି ସ୍କୁଟି ମଧ୍ୟ ଜବତ କରିଛି ବାଲିଅନ୍ତା ପୋଲିସ । ଶୁକ୍ରବାର ଦିନ ଏମାନଙ୍କୁ କୋର୍ଟ ଚାଲାଣ କରାଯିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.