Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଲକ୍‌ଡାଉନ୍‌ରେ ବି ଚାଲିଛି ଦେହ ବ୍ୟବସାୟ : ଫାର୍ମ ହାଉସ୍‌ରେ ବାଜୁଥିଲା ଡିଜେ ଚାଲିଥିଲା ନାଚଗୀତ, ଚଢାଉ କଲା ପୋଲିସ

30/04/2021 at 6:42 PM

କାନପୁର ୩୦।୪: କରୋନା ସଙ୍କଟ ସହ ସଂଘର୍ଷ କରୁଥିବା ମହାରାଷ୍ଟ୍ରରେ ଜାରି ରହିଛି ଲକ୍ ଡାଉନ୍ । କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି । ଏହି ସମୟରେ ପୁଣେର ଏକ ପାର୍ମ ହାଉସ୍ ରେ ଲକ୍ ଡାଉନ୍ ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଥିଲା । ପାର୍ଟି ବାହାନାରେ ବେଶ୍ୟାବୃତ୍ତି ଭଳି କାମ ଚାଲିଥିଲା । ପଡୋଶୀଙ୍କ ଅଭିଯୋଗ ପରେ ଯେତେବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ସେତେବେଳେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

ସୂଚନାଯୋଗ୍ୟ ଯେ, ସମୀର ଓରଫ ନୀତେଶ ଦିଲ୍ଲୀପ ପାୟଗୁଡେ ନାମକ ଜଣେ ବ୍ୟକ୍ତି ଲକ୍ ଡାଉନ୍ ଟଙ୍କା ରୋଜଗାର କରିବା ପାଇଁ ଫାର୍ମ ହାଉସ୍ ରେ ଡ୍ୟାନ୍ସ ବାର୍ ଏବଂ ଦେହ ବ୍ୟବସାୟ ଆରମ୍ଭ କରିଥିଲେ । ପୁଣେ ସ୍ଥିତ ତାଙ୍କ ଫାର୍ମ ହାଉସ୍ କୁ ଫୋନ୍ କରି ୬ ଜଣ ଯୁବତୀଙ୍କୁ ଡକାଯାଇଥିଲା । ଏହାପରେ କିଛି ବ୍ୟକ୍ତିଙ୍କୁ ମଧ୍ୟ ଏଠାକୁ ଅୟସ କରିବା ପାଇଁ ଡକାଯାଇଥିଲା । ଫାର୍ମହାଉସରେ ମଦ୍ୟପାନ ସହ ନାଚ ଗୀତର ମଧ୍ୟ ବନ୍ଦୋବସ୍ତ କରାଯାଇଥିଲା । ଅଭିଯୁକ୍ତ ଏହି ପାର୍ଟିକୁ ଆସୁଥିବା ଲୋକଙ୍କ ପାଇଁ ବିଦେଶୀ ମଦର ବ୍ୟବସ୍ଥା କରିଥିଲେ ।

ଏହାପରେ ଫାର୍ମହାଉସ୍ କୁ ଡକାଯାଇଥିବା ଯୁବତୀମାନେ ନାଚିବା ଆରମ୍ଭ କରିଦେଇଥିଲେ । ଏମାନଙ୍କ ଉପରେ ଟଙ୍କାର ବର୍ଷା ହେବାକୁ ଲାଗିଲା । ଏହାପରେ ଏଠାକୁ ଆସିଥିବା ଲୋକମାନେ ଦେବ ବ୍ୟବସାୟରେ ଲିପ୍ତ ଥିବା ଦେଖିବାକୁ ମିଳିଥିଲା । ଡିଜେ ଶବ୍ଦ ଶୁଣି ଜଣେ ପଡୋଶୀ ପୋଲିସକୁ ଏ ସଂପର୍କରେ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଫାର୍ମହାଉସରେ ଚଢାଉ କରିଥିଲା । ପୋଲିସକୁ ଦେଖି ସମସ୍ତେ ଦୌଡାଦୌଡି କରିବାକୁ ଲାଗିଥିଲେ । ପୁଣେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।  

   Related Posts