ସିମେଣ୍ଟ ଗୋଦାମରେ ପୋଲିସର ଚଢାଉ, ଏକ୍ସପାୟରୀ ସିମେଣ୍ଟରେ ଭେଜାଲ କରି ଛଡାଯାଉଥିଲା ବଜାରକୁ
22/12/2020 at 4:24 PM

ଜଗତପୁର ୨୨।୧୨: ସିମେଣ୍ଟ ଗୋଦାମରେ ପୋଲିସର ଚଢାଉ । କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡରେ ଥିବା ସିମେଣ୍ଟ ଗୋଦାମ ଉପରେ ଜଗତପୁର ପୋଲିସ ଚଢାଉ କରିଛି ।
ସୂଚନାଯୋଗ୍ୟ ଯେ, ଏହି ସିମେଣ୍ଟ କମ୍ପାନୀରେ ଅପମିଶ୍ରିତ କରି ବଜାରକୁ ଛଡାଯାଉଥିଲା । କମ୍ପାନୀରୁ ଉତ୍ପାଦିତ ହୋଇଥିବା ସିମେଣ୍ଟ ଏକ୍ସପାୟରୀ ହେବା ପରେ ପୁଣି ସେହି ସିମେଣ୍ଟକୁ ବସ୍ତାରୁ କଢ଼ାଯାଇ ପୁନର୍ବାର ସିମେଣ୍ଟକୁ ଭେଜାଲ କରି ପ୍ୟାକିଂ କରାଯାଇ ବଜାରକୁ ଛଡା ଯାଉଥିଲା । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା । ଚଢାଉ ବେଳେ ଗୋଦାମରୁ ଟ୍ରକରେ ସିମେଣ୍ଟ ଲୋଡ୍ କରାଯାଉଥିଲା । ସେହି ସମୟରେ ପୋଲିସ ଗାଡି ସହ ସମସ୍ତ ସିମେଣ୍ଟକୁ ସିଜ୍ କରିବା ସହ ଗୋଦାମର ଜଣେ କର୍ମଚାରୀକୁ ଅଟକ ରଖିଛି । ଗୋଦାମରେ ବିପୁଳ ପରିମାଣର ଅପମିଶ୍ରିତ ସିମେଣ୍ଟ ରହିଛି ।
Related Posts
ପଥ ହୁଡୁଛି ବିକାଶ! ଏବେ ବି ସମସ୍ୟା ଘେରରେ ରାଇକଳାବାସୀ
21 January 2021
ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
21 January 2021
ଜି.ଉଦୟଗିରି: ମିନି ବସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା
21 January 2021