ଧଳା ଜହର ମାଫିଆ ସେଖ୍ ରାଜା ଘରେ ପଶିଲା ପୋଲିସ ଟିମ୍ : ସିସିଟିଭି କ୍ୟାମେରା ଓ ହାର୍ଡ ଡିସ୍କ ଜବତ, ସେଖ୍ ରାଜା ରାସ୍ତାରୁ ଅନୁଧ୍ୟାନ କରୁଥିଲା କିଏ ଆସୁଛି କିଏ ଯାଉଛି

Published By : Prameya-News7 Bureau | September 18, 2019 IST

ବାଲେଶ୍ବର ୧୮|୯: ଧଳା ଜହର ମାଫି ସେଖ୍ ରାଜା ଘରେ ପଶିଲା ପୋଲିସ ଟିମ୍ । ବନ୍ଦ ଥିବା ସେଖ ରାଜା ଘର ତାଲା ଭାଙ୍ଗି ପଶିଲା ପୋଲିସ । ଡିଏସପି ମନୋଜ ରାଉତଙ୍କ ନେତୃତ୍ବରେ ପଶିଲେ ୫ ଜଣିଆ ଟିମ୍ । ସେଖ ରାଜାର ସିସି ଟିଭି କ୍ୟାମେରା ଓ ହାର୍ଡ ଡିସ୍କ ଜବତ । ବାଲେଶ୍ବର ଅଡର୍ ବଜାର ମସଜିଦ ଗଳିରେ ଲାଗିଥିଲା ୩ ସିସିଟିଭି କ୍ୟାମେରା । ସେଖ ରାଜା ରାସ୍ତାରୁ ଅନୁଧ୍ୟାନ କରୁଥିଲା କିଏ ଆସୁଛି, କିଏ ଯାଉଛି ।

{"id":159332}

ସେପଟେ ଧଳାଜହର ମାଫିଆ ଶେଖ ରାଜାକୁ ୭ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ ଏସଟିଏଫ । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ମଧ୍ୟ ରାଜାର ବ୍ୟବସାୟିକ ଲିଙ୍କ ରହିଛି । ପଚରାଉଚରା ସମୟରେ କୌଣସି ବିଦେଶୀ ବେପାରୀଙ୍କ ସହ ତାର ଲିଙ୍କ ରହିଛି କି ନାହିଁ ସେ ନେଇ ମଧ୍ୟ ଅନୁଧ୍ୟାନ କରିବ ଏସଟିଏଫ୍ । ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗ ଓ ବିହାରକୁ ଏସଟିଏଫର ୨ଟି ସ୍ବତନ୍ତ୍ର ଟିମ୍ ତଦନ୍ତ ପାଇଁ ଯିବେ ।

{"id":159406}

ଗତ ୧୫ ତାରିଖରେ ରାଜାକୁ ଗିରଫ କରିବା ପରେ ତା ନିକଟରୁ ଏକ ଲୋଡେଡ୍ ପିସ୍ତଲ, ୧ ଲକ୍ଷ ଟଙ୍କା , ୬ଟି ମୋବାଇଲ ଓ କାର ଜବତ କରିଥିଲା ଏସଟିଏଫ ଟିମ । ଗତ ୧ ମାସ ଧରି କ୍ରାଇମବ୍ରାଞ୍ଚ ଏସଟିଏଫକୁ ଚକମା ଦେଇ ଶେଖ ରାଜା ରାଜ୍ୟ ବାହାରକୁ ପଳାଇଥିଲା । ରାଜା ୧୫ ତାରିଖରେ ଭୁବନେଶ୍ବର ପହଞ୍ଚିବା ପରେ ଏସଟିଏଫ ତାକୁ ଗିରଫ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.