କଳା ପଥର ଖାଦାନ ଉପରେ ପୋଲିସର ଚଢାଉ, ହାଇଓ୍ବା ଓ ଟ୍ରାକ୍ଟର ଜବତ

Published By : Prameya-News7 Bureau | November 21, 2020 IST

ଚଣ୍ଡିଖୋଲ ୨୧।୧୧: ଯାଜପୁର ଜିଲ୍ଲାର ଧର୍ମଶାଳା ଅନ୍ତର୍ଗତ ବିଭିନ୍ନ କଳା ପଥର ଖାଦାନରେ ପୋଲିସର ଚଢାଉ । ଖାଦାନଗୁଡିକରେ ବେଆଇନ ଖନନ ଓ ଚୋରା ଚାଲାଣ ଉପରେ ରୋକ୍ ଲଗାଇବାକୁ ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଆରୁହା ପଞ୍ଚାୟତ ଅନ୍ତର୍ଗତ ଜାଭେରା ଖାଦାନ ଉପରେ ଚଢ଼ାଉ କରିଥିଲା । ଚଢାଉ ବେଳେ ଏକ ହାଇୱ। ସମେତ ଟ୍ରାକ୍ଟର, କମ୍ପ୍ରେସର ମେସିନ ଜବତ କରାଯାଇଛି । ଏହାସହ ଚାଳକମାନଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଚଢ଼ାଉ ପରେ କୋକୁଆ ଭୟ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.