Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରିଜାଇଡିଙ୍ଗ ଅଫିସରଙ୍କୁ ମାଡ ଘଟଣା : ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୋଲିସ

24/04/2019 at 4:17 PM

ଭୁବନେଶ୍ବର ୨୪|୪: ଗତକାଲି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ପ୍ରିଜାଇଡିଙ୍ଗ ଅଫିସରଙ୍କୁ ମାଡ ତଥା ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୋଲିସ । ତାଙ୍କର ଭୁବନେଶ୍ବର ହଂସପାଳ ସ୍ଥିତ ବାସଭବନରେ ପୋଲିସ ଟିମ୍ ପହଞ୍ଚି ଚଢାଉ କରିଛି ।

ପୁରୀ ଜିଲ୍ଲା ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ବୀରକେଶପୁର ଗାଁରେ ଗତକାଲି ବଳଭଦ୍ର ନୋଡାଲ ୟୁପି ସ୍କୁଲରେ ଭୋଟିଂ ଚାଲିଥିବା ବେଳେ ଦୁଇ ଜଣ ପଶି ପ୍ରିଜାଇଡିଙ୍ଗ୍ ଅଫିସର ଶିବରାମ ମହାପାତ୍ରଙ୍କୁ ମାଡ଼ ମାରିବା ସହିତ ଭୋଟରମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଏହା ସହିତ ଇଭିଏମ୍  ଭାଙ୍ଗି ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ସେମାନଙ୍କୁ କାବୁ କରି  ପୋଲିସର ଜିମା ଦେଇଥିଲେ ଗ୍ରାମବାସୀ । ଘଟଣାରେ ଦୁଇ ଜଣଙ୍କୁ ଅଟକ ମଧ୍ୟ ରଖିଛି ପୋଲିସ । ପୋଲିସ ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ।

   Related Posts