ଆଗରେ ତାଲା ପଛରେ ପାଲା : ରେନ୍ ବାର୍ ଚାଲିଥିଲା ଖୁଲମଖୁଲା, ବିକ୍ରି ହେଉଥିଲା ପେଟି ପେଟି ମଦ

Published By : Prameya-News7 Bureau | May 23, 2020 IST

ଭୁବନେଶ୍ବର ୨୩।୫:  ଭୁବନେଶ୍ବର କଟକ ରୋଡ୍ ଅଞ୍ଚଳରେ ଥିବା ରେନ୍ ଦ ବାର୍ ଉପରେ ଚଢାଉ କରିଛି କମିଶନରେଟ୍ ପୋଲିସ । ଚଢାଉ ବେଳେ ବିପୁଳ ପରିମାଣର ମଦ ଜବତ ହୋଇଛି । ବାର୍ ରେ ୫ରୁ ୬ଗୁଣା ଅଧିକ ଦରରେ ମଦ ବିକ୍ରି ଚାଲିଥିବା ବେଳେ କମିଶନରେଟ୍ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଚଢାଉ କରିଥିଲା । ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ମଦ ଜବତ ହୋଇଛି ।

{"id":274640,"sizeSlug":"large"}

ରାଜ୍ୟରେ ଲକ୍ ଡାଉନ୍ ଯୋଗୁଁ ମଦ ଦୋକାନଗୁଡିକ ବନ୍ଦ କରିଛି । ତେବେ କେବେ ମଦ ଦୋକାନ ଖୋଲିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏହି ସମୟରେ ରାଜଧାନୀରେ ଏଭଳି ଘଟଣା ନଜରକୁ ଆସିଛି । କମିଶନରେଟ୍ ପୋଲିସ କୌଣସି ସୂତ୍ରରୁ ଖବର ପାଇ ବାଲ୍ ଉପରେ ଚଢାଉ କରାଯାଇଥିଲା ।

{"id":274643,"sizeSlug":"large"}

କମିଶନରେଟ୍ ପୋଲିସର କ୍ବିକ୍ ଆକ୍ସନ ଟିମ୍ ଏହି ଚଢାଉ କରିଥିଲା । ତେବେ ବାର୍ ର ମୁଖ୍ୟ ଦ୍ବାରରେ ତାଲା ପଡିଥବା ବେଳେ ବାର୍ ର ପଛ ପଟେ ଚାଲିଥିବା ଏହି ଚୋରା କାରବାର ଚାଲିଥିଲା । ଚଢା ଦରରେ ମଦ ମଧ୍ୟ ବିକ୍ରୟ କରାଯାଉଥିଲା ।

{"id":274644,"sizeSlug":"large"}

ଲକ୍ ଡାଉନ୍ ବେଳେ ବାର୍ ମାଲିକ ଏଭଳି କାରବାର ଚଳାଇଥିଲେ । ଯାହାର ସୂଚନା ପାଇଥିଲା କମିଶନରେଟ୍ ପୋଲିସ । ଚଢାଉ ବେଳେ ପେଟି ପେଟି ମଦ ଜବତ କରିଛି କମିଶନରେଟ୍ ପୋଲିସ । ତେବେ ମୂଳ ଦାମ୍ ଠାରୁ କେତେ ଅଧିକ ଟଙ୍କାରେ ମଦ ବିକ୍ରି କରାଯାଇଛି ତାହାର ତଦନ୍ତ କରୁଛି ପୋଲିସ । ଏନେଇ ଅଧିକ ଖୋଳତାଡ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.