ବେଆଇନ ମଦ ତିଆରି ବେଳେ ଚଢାଉ : ମଦ ଓ ପୋଚ ଜବତ ସହ ୧୩ ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | October 06, 2020 IST

ବ୍ରହ୍ମପୁର ୬।୧୦: ଗଞ୍ଜାମ ଜିଲ୍ଲାରେ ବେଆଇନ ମଦ ତିଆରି ବେଳେ ଚଢାଉ । ଆସିକା ପୋଲିସ ଦ୍ବାରା ୪ଟି ସ୍ଥାନରେ ଚଢାଉ କରାଯାଇଛି । ଚଢାଉ ବେଳେ ୬ଶହ ୨୦ଲିଟର ମଦ, ୨ହଜାର ଲିଟର ପୋଚ ମହୁଆ ଜବତ କରିଛି ପୋଲିସ । ଏହାସହ ୧୩ ଜଣଙ୍କୁ ପୋଲିସ ଗିରଫ କରିଛି । ଆସିକା ଥାନା କାଲଷଣ୍ଢପୁର, ଢକୁନି, ସାହାପୁର, ଜୟପୁର ଅଞ୍ଚଳରେ ଚାଲିଥିଲା ମଦ ପ୍ରସ୍ତୁତି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.