Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗ୍ୟାଙ୍ଗଷ୍ଟର ପଇସାରେ ଅୟସ: ଜଣେ ଜଗୁଥିଲା, ୫ ଜଣ ଲଜରେ ରହୁଥିଲେ, ତନାଘନା ପରେ ଲଜ୍ ଛାଡିଲେ ସମ୍ୱଲପୁର ପୋଲିସ

14/04/2021 at 9:04 AM

କଟକ ୧୪/୦୪: ଗ୍ୟାଙ୍ଗଷ୍ଟର‌ ହାଇଦରର ପଇସାରେ ମଉଜ କରୁଥିଲେ ପୋଲିସ ବାବୁମାନେ । ଏ ଖବର ଜଣାପଡିବା ପରେ ଆରମ୍ଭ ହୋଇଛି ଖୋଳତାଡ । ବିଳମ୍ବିତ ରାତିରେ ଅହଲ୍ୟା ଲଜ ଛାଡ଼ିଲେ ସମସ୍ତ ପୋଲିସ କର୍ମଚାରୀ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଲଜ ଛାଡ଼ିଛନ୍ତି ସମ୍ବଲପୁରରୁ ଆସିଥିବା ପୋଲିସ । ଗତ ୨୩ ତାରିଖରୁ ଏସସିବିକୁ ହାଇଦର ଆସିବା ପରେ ସେହି ଦିନ ଠାରୁ ଲଜରେ ରହି ଅୟସ କରୁଥିଲେ ପୋଲିସ କର୍ମଚାରୀ ।

ହାଇଦରକୁ ଏସସିବିରେ ୬ ଜଣ ପୋଲିସ ୨୪ ଘଣ୍ଟା ଜଗିବା ବଦଳରେ ଯେଉଁ ଲଜରେ ରହି ମଉଜ କରୁଥିଲେ ସେସବୁ ତଥ୍ୟ ସାମ୍ନାକୁ ଆସିଛି । ଲଜର ପଞ୍ଜୀକରଣ ରେଜିଷ୍ଟର୍ମ‌ ଏବେ ସାମ୍ନାକୁ ଆସିଛି । ମଙ୍ଗଳାବାଗ କାଠଗୋଲା ସାହିର ଅହଲ୍ୟା ଲଜରେ ଗଲା ମାର୍ଚ୍ଚ ୨୩ ତାରିଖରୁ ଦୁଇଟି ରୁମ୍‌ କନଷ୍ଟେବଳ ମହମ୍ମଦ ମୌସିମ୍‌ ଓ ଉମାକାନ୍ତ ବେହେରାଙ୍କ ନାଁରେ ବୁକ୍‌ ହୋଇଥିଲା । ଲଜରେ ରୁମ୍‌ ବୁକ୍‌ କରିବାକୁ ଏହି ପୋଲିସ କର୍ମଚାରୀ ପରିଚୟପତ୍ରର ଜେରକ୍ସ କପି ଲଜରେ ଦାଖଲ କରିଥିଲେ । ଲଜ୍‌ ଭଡ଼ା ବାବଦକୁ ଏମାନେ ଟଙ୍କା ବି ଜମା କରିଛନ୍ତି । ତେବେ ଏହି ଟଙ୍କା ଗ୍ୟାଙ୍ଗଷ୍ଟର ହାଇଦର‌ ବହନ କରିଥିବା ଜଣାପଡିଛି । ମଙ୍ଗଳାବାଗ ଥାନା ପୁଲିସ ଅହଲ୍ୟା ଲଜରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଜବତ କରି ଏହାର କର୍ମଚାରୀଙ୍କୁ ଏବେ ଜେରା କରୁଛି ।

   Related Posts