ବିବାଦୀୟ ଭାଷଣ ଦେଇ ଫସିଗଲେ ସିଦ୍ଧୁ : ଘର ବାହାରେ ନୋଟିସ୍ ଲାଗାଇଲା ପୋଲିସ

Published By : Prameya-News7 Bureau | June 23, 2020 IST

ଅମୃତସର ୨୩/୦୬ : ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ଅଡୁଆ ବଢିଚାଲିଛି | ସିଦ୍ଧୁଙ୍କ ଘର ବାହାରେ ପୋଲିସ ନୋଟିସ ଲାଗିଛି | ପୋଲିସ ଅଧିକାରୀ ଜାବେଦ କହିଛନ୍ତି ଯେ ଏହି ମାମଲାରେ ଅନେକଥର ତାଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା କରିଥିଲେ କିନ୍ତ ସିଦ୍ଧୁଙ୍କ ତରଫରୁ କୌଣସି ଜବାବ ମିଳିନଥିଲା | ସେଥିପାଇଁ ତାଙ୍କ ଘର ବାହାରେ ପୋଲିସ ନୋଟିସ ଲଗାଇଛି |

{"id":290534,"sizeSlug":"large"}

ସୂଚନାଯୋଗ୍ୟ ଯେ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ବିବାଦୀୟ ଭାଷଣ ଦେବା ଅଭିଯୋଗରେ ମାମଲା ରୁଜ୍ଜୁ କରାଯାଇଥିଲା | ଏହି ମାମଲାରେ ପୋଲିସ ୬ ଦିନ ପୂର୍ବରୁ ଅମୃତସର ଆସିଥିଲା | କିନ୍ତୁ ସିଦ୍ଧୁଙ୍କ ତରଫରୁ କୌଣସି ଜବାବ ମିଳିନଥିଲା | ଫଳରେ ଆଜି ପୋଲିସ ତରଫରୁ ତାଙ୍କ ଘର ବାହାରେ ଆଇନଗତ ନୋଟିସ ଲଗାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.