Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ନାଲାରୋଡ୍‌ରେ ପୋଲିସ-ଜନତା ମୁହାମୁହିଁ : କଣ୍ଟେନମେଣ୍ଟ ଜୋନ୍ ହଟାଇବାକୁ ଦାବି, ପୋଲିସ ଉପରକୁ ଢେଲା ମାଡ

26/05/2020 at 9:33 AM

ରାଉରକେଲା ୨୬।୫: ରାଉରକେଲା ନାଲାରୋଡ୍ କଣ୍ଟେନମେଣ୍ଟ ଜୋନରେ ଉତ୍ତେଜନା । ପୋଲିସ-ଜନତା ମୁହାମୁହିଁ ହୋଇଛନ୍ତି । ସମ୍ପୃକ୍ତ ଅଞ୍ଚଳରୁ କଣ୍ଟେନମେଣ୍ଟ ହଟାଇବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ସଂଘର୍ଷ ବେଳେ ପୋଲିସ ଉପରକୁ ପଥରମାଡ କରିଛନ୍ତି ଲୋକେ ।

ସ୍ଥାନୀୟ ଅଞ୍ଚଳରେ ଥିବା ପୋଲିସର ଅସ୍ଥାୟୀ କ୍ୟାମ୍ପ୍ କୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗିଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ ଯେ, କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଉରକେଲା ନାଲା ରୋଡ୍ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିଲା । ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା । କଣ୍ଟେନମେଣ୍ଟ ଅଞ୍ଚଳରେ ବ୍ୟକ୍ତିଗତ ଯାତାୟତ ଏବଂ ଯାନବାହନ ଚଳାଚଳ ବନ୍ଦ ରହିଥିଲା ।

ପୂର୍ବରୁ ମଧ୍ୟ ନାଲା ରୋଡ୍ କଣ୍ଟେନମେଣ୍ଟ ଜୋନ୍ ଭିତରେ ଢେଲା ମାଡ ହୋଇଥିଲା । କଣ୍ଟେନମେଣ୍ଟ ଜୋନ୍ ବାହାରକୁ ନଯିବା ପାଇଁ ପୋଲିସ ବାରଣ କରିବାରୁ ଢେଲା ମାଡ କରାଯାଇଥିଲା ।

   Related Posts