କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍

Published By : Prameya-News7 Bureau | June 15, 2021 IST

ସମ୍ବଲପୁର, ୧୫|୦୬ ସମ୍ବଲପୁର ଉତ୍ତରାଞ୍ଚଳ ଜେଲ୍ ଜିଆଇଜି କାର୍ଯ୍ୟାଳୟରେ ଚାଲିଛି ମସାଜ୍ ସେବା । ଜଣେ କଏଦୀ ବଡବାବୁଙ୍କୁ ଦେଉଛନ୍ତି ମାଗଣା ମସାଜ୍ ସେବା । ବାବୁ ଜଣକ ଏକ ଖଟରେ ଆରାମରେ ଶୋଇଥିବାବେଳେ କଏଦୀ ବିଚରା ସେବା ଯୋଗାଉଛନ୍ତି । ଏହି ଭାଇରାଲ ଭିଡିଓଟି ୧୫ ଦିନ ଭିତରର ବୋଲି ଚର୍ଚ୍ଚା ହେଉଛି ।

ତେବେ ଏମିତି ପ୍ରତିଦିନ ଏହି କଏଦୀ ଜଣଙ୍କ ବାବୁ ଧର୍ମ ପାଳନ କରି ମସାଜ୍ ସେବା ସାଙ୍ଗକୁ ଘର କାମବି କରୁଛନ୍ତି । କଏଦୀ ଜଣକ ଡ୍ରେସକୋଡରେ ରହି ବଡବାବୁଙ୍କ ଘର ସଫା, କିଚେନ ସଫାଠାରୁ ଘର ପୋଛା ବି ଲଗାଉଛନ୍ତି । ଯାହାର ଭିଡିଓ ନ୍ୟୁଜ୍ 7 ହାତରେ ଲାଗିଛି । 

ଏଠି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । ମାନବାଧିକାର କ୍ଷୁର୍ଣ୍ଣ କରିବାକୁ ଜେଲ ଡିଆଇଜିଙ୍କୁ ଅଧିକାର ଦେଲା କିଏ । ଜେଲ୍ ଡିଆଇଜିଙ୍କ କାର୍ଯ୍ୟାଳୟ ଭିତରେ ଚାଲିଥିବା ଏହି ହାଇପ୍ରୋଫାଇଲ ମାଗଣା ସେବା ପାଇଁ ଅନେକ କଏଦୀଙ୍କୁ ଏମିତି ଖଟାଯାଏ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଡ୍ରେସ କୋଡ଼ରେ ଜଣେ କଏଦୀଙ୍କୁ ଘର କାମ ସହିତ ମସାଜ କରୁଥିବା ଭିଡଓରେ ସ୍ପଷ୍ଟ ବାରି ହୋଇପଡୁଛି ।

ସୂଚନାଯୋଗ୍ୟ, କଏଦୀ ଜଣକ ହତ୍ୟା ମାମାଲରେ ସଜା କାଟୁଥିବା ଜଣାପଡିଛି । ତଥାପି ବଡବାବୁ ଆରାମରେ ଶୋଇ କଏଦୀଙ୍କୁ ଖୋଲା ଛାଡିଛନ୍ତି । ଯାହା ଫେରାର ହେବାର ଶତ ପ୍ରତିଶତ ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ । ଏଥିରୁ ଜଣା ପଡିଛି ଯେ ଗାଙ୍ଗଷ୍ଟର  ହାଇଦର ଫେରାର ପରେ ବି ସମ୍ବଲପୁହର ଜେଲ୍ କର୍ତ୍ତୃପକ୍ଷ ବୁଦ୍ଧି ଶିଖିନାହାଁନ୍ତି । ବିନା ସୁରକ୍ଷାରେ  କଏଦୀକୁ ଛାଡିବା ଓ ମସାଜ ସେବା ନେବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି । ତେବେ କଏଦୀ ସବୁଦିନ ଡିଆଇଜିଙ୍କ କାର୍ଯ୍ୟାଳୟକୁ ଯାଉଥିବାବେଳେ ଜେଲ କର୍ତ୍ତୃପକ୍ଷ କେମିତି ଅଜଣା ରହିଛନ୍ତି ତାକୁ ନେଇ ସାଧାରଣରେ ନାନା ଆଲୋଚନା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.