Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

କୁଟ୍ରାବେଡା ଡବଲ ମର୍ଡର ଘଟଣା, ପୋଲିସକୁ ଅଭିଯୁକ୍ତ କହିଲା ଦାଦା-ଖୁଡିଙ୍କୁ ମାରିଲି କାରଣ…

7/06/2020 at 1:29 PM

କଣ୍ଟାବାଞ୍ଜି ୦୭।୦୬: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁ ଡବଲ ମର୍ଡର ଘଟଣା ।  ମୁଖ୍ୟ ଅଭିଯୁକ୍ତ ପୁତୁରା କୁଶକୁ ପୋଲିସ ଗିରଫ କରିଛି । ତେବେ ଜମି ବିବାଦ ଯୋଗୁଁ ସେ ନିଜ ଦାଦା ଓ ଖୁଡିକୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଛି । ତେବେ ଏନେଇ ଆଜି କଣ୍ଟାବାଞ୍ଜି ଏସଡିପିଓ ବଙ୍ଗୋମୁଣ୍ଡା ଥାନାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ବର୍ଷରୁ କୁଶ ଓ ତାର ଦାଦା ଖୁଡିଙ୍କ ପରିବାର ସହ ଜମି ବିବାଦକୁ ନେଇ ଝଗଡା ହୋଇଆସୁଥିଲା । କୁଶ ହତ୍ୟା ଯୋଜନା କରିଥିଲା ।  ଦାଦା ତ୍ରିଲୋଚନ ଗାଁ ସ୍କୁଲ ପାଖରେ ତାଳ ଖେଳୁଥିବା ସମୟରେ ଅଚାନକ ଆସି ଆକ୍ରମଣ କରିଥିଲା ।  କାଠ କାମରେ ବ୍ୟବହାର କରୁଥିବା ଧାରୁଆ ବିନ୍ଧାଣିରେ ଆକ୍ରମଣ କରିଲା । ଘର ପାଖ ହୋଇଥିବା ଯୋଗୁଁ ତ୍ରିଲୋଚନଙ୍କ ସ୍ତ୍ରୀ ସୀମା ଘଟଣା ସ୍ଥଳକୁ ଯାଇଥିଲେ ।

କୁଶ ତାର ଖୁଡିକୁ ମଧ୍ୟ ଅତର୍କିତ ଭାବେ ଆକ୍ରମଣ କରି ହତ୍ୟା କରିଦେଇଥିଲା । ପରେ ତ୍ରିଲୋଚନର ଝିଅ ପାଣି ଦେବାକୁ ଯାଇଥିବା ବେଳେ ତାକୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଝିଅ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ସେ ଘଟଣାସ୍ଥଳରୁ ପଳେଇବାରେ ଅକ୍ଷମ ହୋଇଥିଲା । କୁଶ ଦୁଇ ଜଣକୁ ହତ୍ୟା କରି ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ଗାଁ କୂଅରେ ଫିଙ୍ଗି ଦେଇଥିଲା । ବଙ୍ଗୋମୁଣ୍ଡା ପୋଲିସ କୁଶକୁ ଗିରଫ କରିଥିବା ବେଳେ ହତ୍ୟାରେ ଵ୍ୟଵହୃତ ବିନ୍ଧାଣିକୁ ମଧ୍ୟ ଜବତ କରିଛି ।

   Related Posts