କୋକେନ୍ ତସ୍କରୀ ମାମଲରେ ମୁହଁ ଖୋଲିଲେ ପାମେଲା ଗୋସ୍ୱାମୀ, ଜାଣନ୍ତୁ କହିଛନ୍ତି କଣ ?

Published By : Prameya-News7 Bureau | February 25, 2021 IST

କୋଲକାତା ୨୫।୨: କୋକେନ ତସ୍କରୀ ମାମଲାରେ ଗିରଫ ବିଜେପି ଯୁବଶାଖା ନେତ୍ରୀ ପାମେଲା ଗୋସ୍ୱାମୀଙ୍କୁ ପୋଲିସ ଗୁରୁବାର ଏନଡିପିଏସ୍ କୋର୍ଟରେ ହାଜର କରିଛି। ଏହି ଅବସରରେ ସେ ବିଜେପି ନେତା ରାକେଶ ସିଂହ ତାଙ୍କୁ ଷଡ଼ଯନ୍ତ୍ର କରି ଫଶାଇଥିବା କହିଛନ୍ତି। ରାକେଶ ତାଙ୍କୁ ମନେ ମନେ ପ୍ରେମ କରୁଥିଲା। ହେଲେ ସେ ତା ପ୍ରତି ଗୁରୁତ୍ୱ ଦେଉ ନଥିବାରୁ ସେ ଏପରି କାଣ୍ଡ କରିଥିବା ପାମେଲା କହିଛନ୍ତି।

କୋର୍ଟରୁ ବାହାରକୁ ବାହାରିବାମାତ୍ରେ ପାମେଲାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଯାଇଥିଲେ। ଏଥିରେ ପାମେଲା ଖୁବ୍ ଶୀଘ୍ର ସତ୍ୟକଣ ତାହା ଆପଣମାନେ ଜାଣିଯିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ମୁଁ ରାକେଶ ସିଂହ ଭଳି ମୁଁ ପଳାୟନପନ୍ଥୀ ନୁହେଁ ବୋଲି କହିଛନ୍ତି ପାମେଲା। ଯଦି ରାକେଶ ଦୋଷୀ ନୁହଁ ତେବେ ଫେରାର କାହିଁକି ହୋଇଥିଲା? ପୋଲିସ ତାକୁ କାବୁ କରିଥିଲା କାହିଁକି ବୋଲି ପାମେଲା ପ୍ରଶ୍ନ କରିଛନ୍ତି।

{"id":414796,"sizeSlug":"large","linkDestination":"none"}

ରାକେଶ ତାଙ୍କୁ ଚାହୁଁଥିବା ଓ ସେ ଦେଇଥିବା ପ୍ରସ୍ତାବକୁ ପାମେଲା ଅତୀତରେ ଖାରଜ କରିବା ଯୋଗୁ ସେ ଏସିଡ ଆକ୍ରମଣ ଧମକ ମଧ୍ୟ ଦେଉଥିବାର କହିଛନ୍ତି। ଖାସ ଏଥିପାଇଁ ତାଙ୍କୁ ବଦନାମ କରିବା ଲାଗି କୋକେନ ମାମଲାରେ ଫଶେଇଥିବା ପାମେଲା ଅଭିଯୋଗ କରିଛନ୍ତି। ତେବେ କେବଳ ରାକେଶ ସିଂହ ନୁହେଁ ରାଜ୍ୟ ବିଜେପିର ଅନ୍ୟ ନେତାଙ୍କ କଥା ମଧ୍ୟ ଖୁବ୍ ଶୀଘ୍ର ଉଜାଗର ହେବ ବୋଲି ପାମେଲା କହିବା ନିର୍ବାଚନ ମୁଖୀ ରାଜ୍ୟରେ ଚର୍ଚ୍ଚାର ଝଡ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.