ମହିଳା SIଙ୍କୁ ହତ୍ୟା ପରେ PISଙ୍କ ଆତ୍ମହତ୍ୟା !

Published By : Prameya-News7 Bureau | February 08, 2020 IST

ନୂଆଦିଲ୍ଲୀ ୦୮।୦୨: ଦିଲ୍ଲୀରେ ମହିଳା ସବ୍‌ ଇନ୍ସପେକ୍ଟରଙ୍କୁ ଗୁଳି ମାଡି ହତ୍ୟା ଘଟଣା ପରେ ଏକ ନୂତନ ଘଟଣା ସାମ୍ନାକୁ ଆସିଛି । ମହିଳା ସବ୍‌ ଇନ୍ସପେକ୍ଟରଙ୍କୁ ଗୁଳିକରି ହତ୍ୟା କରିବା କିଛି ସମୟରେ ପରେ ଆଉ ଜଣେ ପୋଲିସ ଅଧିକୀରଙ୍କ ମୃତଦେହ ମିଳିଛି । ମୃତ ପୋଲିସ PIS ଦୀପାଂଶୁ ବୋଲି ଜଣାପଡିଛି । ସେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଆତ୍ମହତ୍ୟା କରିଥିବା ଦୀପାଂଶୁ ମହିଳା ସବ୍‌ଇନ୍ସପେକ୍ଟର ପ୍ରୀତିଙ୍କୁ ଗୁଳିମାଡ କରିଥିଲା ବୋଲି ସନ୍ଦେହ କରାଯାଉଛି ।

ପୋଲିସ ସୂଚନା ଅନୁସାରେ ୨୦୧୮ରେ ମହିଳା ସବ ଇନ୍ସପେକ୍ଟର ପ୍ରୀତି ଅହଲାୱତ ଓ ଦୀପାଂଶୁ ଦିଲ୍ଲୀ ପୋଲିସରେ ଯୋଗଦେଇଥିଲେ । ଦୁଇ ଜଣ ଗୋଟିଏ ବ୍ୟାଚ୍‌ର ଥିଲେ । କିନ୍ତୁ କଣ ପାଇଁ ପ୍ରୀତିଙ୍କୁ ହତ୍ୟା କରାଯାଇଛି । ତାହାର ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ୯.୩୦ ସମୟରେ  ରୋହିଣୀ ଇଷ୍ଟ ମେଟ୍ରୋ ଷ୍ଟେସନ ନିକଟରେ ଅଞ୍ଚଳରେ ମହିଳା ସବ ଇନ୍ସପେକ୍ଟର ପ୍ରୀତି ଅହଲାୱତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । କେହି ତାଙ୍କୁ ଗୁଳିକରି ହତ୍ୟା କରିଦେଇଥିଲା । ତେବେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ପିଏସ୍‌ଆଇ ଦୀପାଂଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ଦିଲ୍ଲୀ ପଟପଡଗଞ୍ଜ ଶିଳ୍ପାଞ୍ଚଳ ପୋଲିସ ଥାନାରେ ମୁତୟନ ଏସଆଇ ଭାବେ କାର୍ଯ୍ୟ କରୁଥିଲେ ପ୍ରୀତି ।

ମହିଳା ଇନ୍ସପେକ୍ଟରଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ ପିଏସଆଇ ଦୀପାଂଶୁଙ୍କୁ ସନ୍ଦେହ କରୁଥିଲା । ଘଟଣା ସଂପର୍କରେ ପୋଲିସ ଜାଣିବା ପରେ ଦୀପାଂଶୁ ଅନ୍ୟ କୌଣସି ଉପାୟ ନ ପାଇ ଶେଷରେ ଆତ୍ମହତ୍ୟା କରିଛନ୍ତି ବୋଲି ସୂଚନା ରହିଛି  । ତେବେ  ଅଭିଯୁକ୍ତ ଦୀପାଂଶୁ ଯେଉଁ ପିସ୍ତଲରେ ମହିଳା ଇନ୍ସପେକ୍ଟରଙ୍କୁ ଗୁଳି କରିଥିଲା, ସେଥିରେ ହିଁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.