ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାରରେ ବାଇକ୍‌ରେ ପ୍ରବେଶ କଲେ ପୋଲିସ ବାବୁ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍

Published By : Prameya-News7 Bureau | October 29, 2021 IST

ପୁରୀ ୨୯।୧୦: ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାରରେ ବାଇକ୍ ନେଇ ପୋଲିସ କର୍ମଚାରୀ ପ୍ରବେଶ କରୁଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏଭଳି ଭିଡିଓକୁ ଦେଖି ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପଇଛି । ମହାପ୍ରଭୁଙ୍କ ଜନ୍ମ ସ୍ଥାନ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ବାରରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ନିଜ ବାଇକ୍ ନେଇ ସବୁଦିନ ରଖୁଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ଏବେ ପ୍ରଶ୍ନ ଉଠିଛି । ଗୁଣ୍ଡିଚା ମନ୍ଦିର ଭଳି ପବିତ୍ର ସ୍ଥାନରେ ବାହାରେ ଗାଡି ନ ରଖି ପୋଲିସ କର୍ମଚାରୀ ଭିତରେ ପାର୍କିଂ କରିବା ଉଚିତ ନୁହେଁ ବୋଲି ଭକ୍ତ ମହଲରେ ମତ ପ୍ରକାଶ ପାଇଛି । 

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.